Below header

କେନ୍ଦ୍ରାପଡ଼ାରେ ହଲଚଲ: ବିଜେଡିରେ ମିଶିଲେ ବିଜୟଙ୍କ ପୁଅ ଅରବିନ୍ଦ

ଯୋଡ଼ି ହେଉଛି ବିଜୁ ପରିବାର । ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମିଶିଲେ । ଶତାଧିକ ସମର୍ଥକଙ୍କ ସହ ଯାଇ ବିଜେଡିରେ ସାମିଲ ହେଲେ । ଗୁରୁବାର ସେ ଆନୁଷ୍ଠାନିକ ଭାବେ ନବୀନ ନିବାସ ଯାଇ ବିଜେଡିରେ ସାମିଲ୍ ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଯୋଡ଼ି ହେଉଛି ବିଜୁ ପରିବାର । ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମିଶିଲେ । ଶତାଧିକ ସମର୍ଥକଙ୍କ ସହ ଯାଇ ବିଜେଡିରେ ସାମିଲ ହେଲେ । ଗୁରୁବାର ସେ ଆନୁଷ୍ଠାନିକ ଭାବେ ନବୀନ ନିବାସ ଯାଇ ବିଜେଡିରେ ସାମିଲ୍ ହୋଇଛନ୍ତି ।

ଗତ ୨୦୧୯ ନିର୍ବାଚନ ତରଠାରୁ ବିଜୟ ରାଜନୀତିଠାରୁ ନିଜକୁ ଏକପ୍ରକାର ଦୂରେଇ ରଖିଥିବା ବେଳେ ଗତ ଦୁଇ ବର୍ଷ ଧରି ଅରବିନ୍ଦ ପାଟକୁରା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିଥିବା ଦେଖାଯାଇଥିଲା । ନିଜର ଭବିଷ୍ୟତର ରାଜନୀତିକୁ ନେଇ ସେ ଆଗକୁ ସ୍ପଷ୍ଟ କରିବେ ବୋଲି ବହୁବାର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେଣୁ ସେ ବିଜେଡିରେ ସାମିଲ ହେବା ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲା । ତେବେ ଏହି ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲାର ନେତା, ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନବୀନ ନିବାସରେ ଉପସ୍ଥିତି ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.