ୟୁପି: ଜୌନପୁରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, ପୂର୍ବତନ ସାଂସଦ ଧନଞ୍ଜୟ ସିଂଙ୍କ ପତ୍ନୀଙ୍କ ବିପକ୍ଷରେ ଲଢ଼ିଥିଲେ ନିର୍ବାଚନ

ଉତ୍ତର ପ୍ରଦେଶର ଜୌନପୁରରେ ବିଜେପି ନେତା ପ୍ରମୋଦ ଯାଦବଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ଚିକିତ୍ସା ଚାଲିଥିବା ସମୟରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରମୋଦ ଯାଦବଙ୍କୁ ବିଜେପି ୨୦୧୨ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା ।

ଉତ୍ତର ପ୍ରଦେଶର ଜୌନପୁରରେ ବିଜେପି ନେତା ପ୍ରମୋଦ ଯାଦବଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ଚିକିତ୍ସା ଚାଲିଥିବା ସମୟରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରମୋଦ ଯାଦବଙ୍କୁ ବିଜେପି ୨୦୧୨ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା । ଏହି ନିର୍ବାଚନରେ ମଲହନୀରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ପାରସ୍‌ ନାଥ ଯାଦବ ନିର୍ବାଚନ ଜିତିଥିଲେ । ଯେତେବେଳେ କି, ଧନଞ୍ଜୟ ସିଂଙ୍କ ପତ୍ନୀ ଜାଗୃତି ସିଂ ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ କାହା ବିରୋଧରେ ଅଭିଯୋଗ କରାଯାଇ ନାହିଁ ।

ମିଳିଥିବା ସୂଚନା ମୁତାବକ, ଏହି ଘଟଣା ଜୌନପୁରର ବକ୍ସା ଥାନା ଅଧୀନ ବୋଧାପୁର ମୋଡର । ଏଠାରେ ଅଜଣା ଦୁର୍ବୃତ୍ତ ବିଜେପି ନେତା ପ୍ରମୋଦ ଯାଦବଙ୍କୁ ଗୁଳି କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏପଟେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

କହି ରଖୁଛୁ, ଗତକାଲି ପୂର୍ବତନ ସାଂସଦ ଧନଞ୍ଜୟ ସିଂଙ୍କୁ ଅପହରଣ ଏବଂ ଟଙ୍କା ଦାବି ମାମଲାରେ ୭ ବର୍ଷ ଜେଲ୍‌ ଦଣ୍ଡ ମିଳିଛି । ଏହା ସହିତ ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ତାଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଧନଞ୍ଜୟ ସିଂଙ୍କୁ ମଙ୍ଗଳବାର କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

୨୦୨୦ ମେ’ ୧୦ରେ ଜୌନପୁରର ଲାଇନ୍‌ ବଜାର ଥାନାରେ ମୁଜଫର୍‌ନଗର ନିବାସୀ ତଥା ନମାମି ଗଙ୍ଗେର ପ୍ରୋଜେକ୍ଟ ମ୍ୟାନେଜର ଅଭିନବ ସିଙ୍ଘଲ ଧନଞ୍ଜୟ ସିଂଙ୍କ ବିରୋଧରେ ମାମଲା ରୁଜୁ କରାଇଥିଲେ । ଅପହରଣ ଏବଂ ଟଙ୍କା ଦାବି ଅଭିଯୋଗ ଆଣି ଧନଞ୍ଜୟ ଓ ତାଙ୍କ ସାଥୀ ବିକ୍ରମଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ପୋଲିସ ନିକଟରେ ଦାଖଲ ଅଭିଯୋଗରେ କୁହାଯାଇଥିଲା କି, ବିକ୍ରମ ଅଭିନବ ସିଙ୍ଘଲଙ୍କ ଅପହରଣ କରି ପୂର୍ବତନ ସାଂସଦଙ୍କ ବାସଭବନକୁ ନେଇ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.