ବ୍ରାଉନ୍ ସୁଗାର ବେପାରକୁ ନେଇ ଭୁବନେଶ୍ୱର ୟୁନିଟ୍‌-୮ରେ ହଣାକଟା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀରେ ବ୍ରାଉନ୍ ସୁଗାର ବେପାରକୁ ନେଇ ହଣାକଟା । ଜଣେ ଗୁରୁତର । ଆଜି ୟୁନିଟ୍‌-୮ ନୀଳ ପାଣିଟାଙ୍କି ବସ୍ତିରେ ଏହି ଗଣ୍ଡଗୋଳ ଘଟିଛି । କେତେଜଣ ଯୁବକ ଆସି ସେହି ଅଞ୍ଚଳରେ ବ୍ରାଉନ୍ ସୁଗାର ବିକ୍ରି କରିବାକୁ ଚେଷ୍ଟା କରିଥିଲେ । ଏହାକୁ ବସ୍ତିର ଯୁବକମାନେ ବିରୋଧ କରିବାରୁ ଗଣ୍ଡଗୋଳ ହୋଇଥିଲା । ବ୍ରାଉନ୍ ସୁଗାର ବିକ୍ରି କରିବାକୁ ଆସିଥିବା ଯୁବକମାନେ ବସ୍ତି ପିଲାଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ହେମନ୍ତ ବେହେରା ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ଆହତ ହେମନ୍ତଙ୍କୁ କ୍ୟାପିଟାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.