Below header

ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ନିଆଁ: ଜଳିଗଲା ଅଡିଟ କାଗଜପତ୍ର

ଗତ ଡିସେମ୍ବର ମାସରୁ ଲୋକାଲ ଅଡିଟ ଫଣ୍ଡରେ ଚାଲିଥିଲା ଅଡିଟ୍‌ କାମ । ସ୍ଥାନୀୟ ଲୋକଙ୍କ ସହାୟତାରେ ନାଇଟ୍‌ ୱାଚମ୍ୟାନ ନିଆଁ ଲିଭାଇବା ସହ ଦମକଳବାହିନୀକୁ ଖବର ଦେଇଥିଲେ ।

ଦେବଗଡ଼(କେନ୍ୟୁଜ୍):  ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଜଳିଗଲା ଗୁରୁତ୍ୱପୂ୍‌ର୍ଣ୍ଣ ଅଡିଟ କାଗଜପତ୍ର । ଆଜି ସକାଳୁ ନିଆଁ ଲାଗି ଅଡିଟ୍‌ କାଗଜପତ୍ର ସହ ୨ଟି ଏସି ପୋଡ଼ି ପାଉଁସ ହୋଇଯାଇଛି । ଗତ ଡିସେମ୍ବର ମାସରୁ ଲୋକାଲ ଅଡିଟ ଫଣ୍ଡରେ ଚାଲିଥିଲା ଅଡିଟ୍‌ କାମ । ସ୍ଥାନୀୟ ଲୋକଙ୍କ ସହାୟତାରେ ନାଇଟ୍‌ ୱାଚମ୍ୟାନ ନିଆଁ ଲିଭାଇବା ସହ ଦମକଳବାହିନୀକୁ ଖବର ଦେଇଥିଲେ । ତେବେ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚିବା ବେଳକୁ ନିଆଁ ଆୟତ ହୋଇସାରିଥିଲା । ଏହି ଘଟଣାକୁ ନେଇ ନାନା ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.