୧୨ଟି ରାଜ୍ୟର ବଦଳିଲେ ରାଜ୍ୟପାଳ, ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଛତିଶଗଡ ରାଜ୍ୟପାଳ

ଭାରତର ମାନ୍ୟବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୨ଟି ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । ଆନ୍ଧ୍ରପ୍ରଦେଶରୁ ବଦଳି ଛତିଶଗଡ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ ।

ଭାରତର ମାନ୍ୟବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୨ଟି ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । କିଛି ରାଜ୍ୟପାଳଙ୍କ ଇସ୍ତଫା ମଞ୍ଜୁର କରାଯାଇଥିବା ବେଳେ ଆଉ କିଛିଙ୍କୁ ପରିବର୍ତ୍ତନ କରାଯାଇଛି । ମହାରାଷ୍ଟ୍ର ରାଜ୍ୟପାଳଙ୍କ ଇସ୍ତଫାକୁ ମଞ୍ଜୁର କରାଯାଇଛି । ଏହାଛଡା ଅନ୍ୟ ରାଜ୍ୟପାଳଙ୍କ ବଦଳି କରାଯାଇଛି । ସିକିମ, ମହାରାଷ୍ଟ୍ର, ଅରୁଣାଚଳପ୍ରଦେଶ, ଝାଡଖଣ୍ଡ, ଆସାମ ଏବଂ ହିମାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ଲଦାଖ, ମେଘାଳୟ, ବିହାର, ମଣିପୁର, ନାଗାଲାଣ୍ଡରେ ରାଜ୍ୟପାଳ ବଦଳିଛନ୍ତି ।

୨ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି । ଅନ୍ୟମାନଙ୍କୁ ବଦଳି କରାଯାଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ବଦଳିଛନ୍ତି । ତାଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବରେ ନିଆ ନିଯୁକ୍ତି ମିଳିଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏସ ଅବଦୁଲ ନାଜିର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ନିଯୁକ୍ତ ମିଳିଛି।

ଛତିଶଗଡ଼ର ରାଜ୍ୟପାଳ ସୁଶ୍ରୀ ଅନୁସୂୟା ୱିକିୟେଙ୍କୁ ମଣିପୁର ରାଜ୍ୟପାଳ, ମଣିପୁରର ରାଜ୍ୟପାଳ ଲା. ଗଣେଶନଙ୍କୁ ନାଗାଲାଣ୍ଡର ରାଜ୍ୟପାଳ, ବିହାରର ରାଜ୍ୟପାଳ ଫଗୁ ଚୌହାନଙ୍କୁ ମେଘାଳୟର ରାଜ୍ୟପାଳ, ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ବିହାରର ରାଜ୍ୟପାଳ, ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଏବଂ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଅବସରପ୍ରାପ୍ତ ବ୍ରିଗେଡିୟର ଡକ୍ଟର୍‌ ବି. ଡି. ମିଶ୍ରାଙ୍କୁ ଲଦାଖର ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଲେଫ୍‌ଟ ନାଣ୍ଟ୍‌ ଜେନେରାଲ୍‌ କୈବଲ୍ୟ ତ୍ରିବିକ୍ରମ ପରନାଏକ, ସିକିମର ରାଜ୍ୟପାଳ ଭାବେ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ସି. ପି. ରାଧାକୃଷ୍ଣନଙ୍କୁ ନିଯୁକ୍ତି ମିଳିଛି । ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଶିବ ପ୍ରତାପ ଶୁକ୍ଳ, ଆସାମର ରାଜ୍ୟପାଳ ଭାବେ ଗୁଲାବଚାନ୍ଦ୍‌ କଟାରିୟାଙ୍କୁ ନିଯୁକ୍ତି ମିଳିଛି।

 

Leave A Reply

Your email address will not be published.