ସାତପଡ଼ାରୁ କୃଷ୍ଣପ୍ରସାଦକୁ ଯାଉଥିବା ବେଳେ ଫସିଲା ଭସାପୋଲ
ଚିଲିକାରେ ପାଣି କମ ଥିବାରୁ ଭସାପୋଲଟି ଚ୍ୟାନେଲ ବାହାରକୁ ଚାଲି ଯାଇଛି । ଫଳରେ ପାଣି ମଝିରେ ଅଟକି ରହିଛି ଭସାପୋଲ
ବ୍ରହ୍ମଗିରି(କେନ୍ୟୁଜ୍): ପୁଣି ଚିଲିକା ମଝିରେ ଫସିଲା ଭସାପୋଲ । ସାତପଡ଼ାରୁ କୃଷ୍ଣପ୍ରସାଦକୁ ଯାଉଥିବା ବେଳେ ଅଟକିଲା ଡଙ୍ଗା। ପାଣି ମଝିରେ ୨ଟି ବସ୍ରେ ଥିବା ଶତାଧିକ ଯାତ୍ରୀଙ୍କ ସହ ୨୦ରୁ ଅଧିକ ବାଇକ ଅଟକି ରହିଛି। ଚିଲିକାରେ ପାଣି କମ ଥିବାରୁ ଭସାପୋଲଟି ଚ୍ୟାନେଲ ବାହାରକୁ ଚାଲି ଯାଇଛି । ଫଳରେ ପାଣି ମଝିରେ ଅଟକି ରହିଛି ଭସାପୋଲ । ମତ୍ସ୍ୟଜୀବୀଙ୍କ ସହାୟତାରେ ଲୋକମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି ।