Below header

ବଡମ୍ବା: ନିଖୋଜ ବ୍ୟାଙ୍କ ମ୍ୟାନେଜରଙ୍କର ମିଳିଲା ସନ୍ଧାନ, ଗଞ୍ଜାମ ଗିରିଶୋଲାରୁ ଠାବ କରିଛି ପୋଲିସ

ମୋବାଇଲକୁ ଟ୍ରାକ୍ କରି ତାଙ୍କ ପାଖରେ ପହଞ୍ଚିଛି ପୋଲିସ । ଗତ ଦୁଇ ଦିନ ହେବ ସେ ନିଖୋଜ ଥିଲେ । ସୋମବାର ବ୍ରହ୍ମପୁରରୁ ବଡମ୍ବା ଆସୁଥିଲେ ତପନ ।

କେନ୍ୟୁଜ୍(ବ୍ୟୁରୋ):  ବଡମ୍ବା କାନାରା ବ୍ୟାଙ୍କର ନିଖୋଜ ବ୍ୟାଙ୍କ ମ୍ୟାନେଜରଙ୍କର ମିଳିଲା ସନ୍ଧାନ । ନିଖୋଜ ତପନ କୁମାର ସାହୁଙ୍କୁ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗଞ୍ଜାମ ଜିଲ୍ଲା ଗିରିଶୋଲାରୁ ଠାବ କରିଛି ପୋଲିସ । ମୋବାଇଲକୁ ଟ୍ରାକ୍ କରି ତାଙ୍କ ପାଖରେ ପହଞ୍ଚିଛି ପୋଲିସ । ଗତ ଦୁଇ ଦିନ ହେବ ସେ ନିଖୋଜ ଥିଲେ ।

ସୋମବାର ବ୍ରହ୍ମପୁରରୁ ବଡମ୍ବା ଆସୁଥିଲେ ତପନ । ବ୍ୟାଙ୍କକୁ ନଯାଇ କୁଆଡ଼େ ଗାଏବ ହୋଇଥିଲେ । ତାଙ୍କୁ ବହୁ ଖୋଜାଖୋଜି କରିଥିଲା ପୋଲିସ । ଆଜି ତାଙ୍କର ସନ୍ଧାନ ମିଳିଛି । ତେବେ ସେ ଗିରିଶୋଳା କେମିତି ଗଲେ ? କେଉଁ ପରିସ୍ଥିତିରେ ନିଖୋଜ ହେଲେ ସେନେଇ କୌଣସି ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.