Below header

କେଉଁଝର: ଲଗାଣ ବର୍ଷାରେ ଫୁଲିଲା ବୈତରିଣୀ, ବାହ୍ୟଜଗତରୁ ଯୋଗାଯୋଗ ବିଚ୍ଛିନ୍ନ

ବାଂଶପାଳ (କେ ନ୍ୟୁଜ): ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ସମେତ ଛାମୁଣ୍ଡା,ମଲଦା,ବଇଗାଁ,ବ୍ରାହ୍ମଣୀ ଆଦି ନାଳରେ ଜଳସ୍ତର ମାତ୍ରାଧିକ ବୃଦ୍ଧି ପାଇଛି । ଗତକାଲି ଠାରୁ ଆଜି ଦିନତମାମ ବର୍ଷା ଲାଗି ରହିବା କାରଣରୁ ବ୍ଲକର କେନ୍ଦୁଘଟି,ଶାଗପାଳି,ସିନ୍ଧୁସାହି,ସିମନାପଟାଳି,ହଳଡିସାହି ସମେତ ଅନେକ ଗୁଡିଏ ଗାଁ ଜଳମଗ୍ନ ହେବା ସହିତ ବାହ୍ୟ ଜଗତରୁ ସଂପୁର୍ନ ଭାବେ ବିଛିହ୍ନ ହୋଇଯାଇଛି । ଆଜି ସକାଳେ ବାଂଶପାଳ ଠାରୁ କେନ୍ଦୁଝରକୁ ସଂଯୋଗ କରୁଥିବା ଖଜୁରୀମୁଣ୍ଡି ଛେମୁଣ୍ଡା ନାଳ ପୋଲ ଉପରେ ୮ ଫୁଟର ବନ୍ୟାଜଳ ପ୍ରଭାହିତ ହୋଇଥିଲା ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଥିଲେ ।

flood new

ଦିନତମାମ ଏପରି ପରିସ୍ଥିତି ଲାଗିରହିଥିଲାଯେ ଜରୁରୀ କାଳିନ ପରିସ୍ଥିତିରେ ଆମ୍ୱୁଲାନ୍ସ ମଧ୍ୟ ଯାଇପାରିନଥିଲା । ଫଳରେ ବ୍ଲକକୁ ଯାତାୟତ ବି ଏକ ପ୍ରକାର ଠପ ହୋଇଯାଇଥିଲା । ଗତକାଲି ଠାରୁ ଆଜି ମଧ୍ୟରେ ଦିନତମାମ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି, ଆଈରନ ଟ୍ରକ ଆଦି ଅଟକି ରହିଛନ୍ତି । ନୟାକୋଟ ବଇଂଗା ନାଳର ପୋଲରେ ୩ ଫୁଟର ବନ୍ୟାଜଳ ପ୍ରଭାହିତ ହୋଇଥିଲା ଯାହା ଫଳରେ ଦୀର୍ଘ ସମୟ ଧରି ଶୁଆକାଟୀ ଦବୁନା ଯୋଗାଯୋଗ ବିଛିହ୍ନ ହେବା ସହିତ କାଦକଳା,ଭେଜିଡିହୀ,ଜମ୍ୱିରିପଶି,ବସନ୍ତପୁର ଆଦି ଅଚଂଳକୁ ଯାତାୟତରେ ସମସ୍ୟା ଉପୁଜିଥିଲା ।

ବୈତରଣୀ ନଦୀ ଫୁଲି ଉଠିବା ପରେ ଜଳସ୍ଥର ବୁଦ୍ଧି ପାଇଥିବା ଯୋଗୁଂ ଫୁଲଝର ପଚାଂୟଚର କେନ୍ଦୁଘଟି ଗାଁ ବାହ୍ୟ ଜଗତରୁ ବିଛିହ୍ନ ହୋଇଯାଇଛି । ଏମିତିକି ଲୋକେ ଜରୁରୀ କାମରେ ମଧ୍ୟ ବାହାରକୁ ବାହାରି ପାରୁ ନାହାନ୍ତି.ସେହିପରି ମଲଦା ନଦୀ ରେ ଜଳସ୍ତର ବୁଦ୍ଧି ପାଇବା ଯୋଗୁଂ ନୟାକୋଟ ଠାରୁ ଶାଗପାଳି ଯୋଗାଯୋଗ ବିଛିହ୍ନ ହୋଇଯାଇଛି । ଅସ୍ଥାୟୀ କାଠ ପୋଲ ଭୁଶୁଡି ଯିବାରୁ ଏହା ଉପରେ ନିର୍ଭର କରୁଥିବା ଶାଗପାଳି,ସିମନାପଟାଳି,ସିନ୍ଧୁସାହୀ ସମେତ ୫ ଟିଗ୍ରାମର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି.ଏସବୁ ଅଚଂଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିହ୍ନ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.