ଆଠଗଡ଼ରେ ପୁଣି ଦେଖିବାକୁ ମିଳିଲା ସୂତା ସାପ, ଗାଁ ଲୋକେ ଭୟଭୀତ

ଆଠଗଡ଼ (କେ ନ୍ୟୁଜ) : ପୁଣି ଦେଖିବାକୁ ମିଳିଲା ସେହି ବିରଳ ପ୍ରଜାତିର କୀଟ । କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରୁ ଏହି ବିରଳ ପ୍ରଜାତିର ଜୀବଟି ଦେଖିବାକୁ ମିଳିଛି । ଯାହାକୁ ସ୍ଥାନୀୟ ଲୋକେ ବିରଳ ସାପ ବୋଲି କହୁଛନ୍ତି । ସାପଟି ସରୁ ସୂତା ଭଳି । ଯେକେହି ଦେଖିଲେ ତାକୁ ସରୁ ସୂତାଟିଏ ଭାବିବ । ହେଲେ ଏହା ସାପ ଭଳି ଚାଲୁଛି । ଏହି ଜିଆ ଜାତୀୟ କୀଟଟିକୁ ଗୋପୀନାଥପୁର ଗ୍ରାମର ଦିଲ୍ଲୀପ ବିଶ୍ୱାଳଙ୍କ ଘର ଅଗଣା ବୁଲୁଥିବା ଦେଖିବାକୁ ମିଳିଥିଲା । ଏହାର ଲମ୍ବ ପ୍ରାୟ ୨ ମିଟରରୁ ଅଧିକ ହେବ ।

ପ୍ରଥମେ ବିଶ୍ୱାଳଙ୍କ ପରିବାର ଲୋକେ ଏହାକୁ ଏକ ସୂତା ବୋଲି ଭାବିଥିଲେ । ପରେ ଏହା ଚାଲିବା ଆରମ୍ଭ କରିବାରୁ ସମସ୍ତେ ଆଶ୍ଚର‌୍ୟ୍ୟ ହୋଇ ଯାଇଥିଲେ । ସେମାନେ ଭୟଭୀତ ମଧ୍ୟ ହୋଇପଡିଥିଲା । ଏତେ ସରୁ ସୂତା ସଦୃଶ ଜୀବଟି ଗୋଲ ଗୋଲ ଘୂରିବା ପରେ ପରିବାର ଲୋକ ଏବଂ ସ୍ଥାନୀୟ ବାସିନ୍ଦା ଦେଖିବା ପାଇଁ ଭିଡ଼ ଜମାଇ ଥିଲେ । ସାପ ଧରାଳିଙ୍କୁ ଖବର ଦିଆଯିବା ପରେ ସେ ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡ଼ିଥିବା ଜଣା ପଡ଼ିଛି ।

କିଛି ଦିନ ପୂର୍ବରୁ ଏହିପରି ଏକ ବିରଳ ଜୀବ ଆଠଗଡ ବେଣ୍ଟପଦା ଗ୍ରାମରୁ ଦେଖିବାକୁ ମିଳିଥିଲା । ସେହିପରି ଗତକାଲି ଯାଜପୁର ରସୁଲପୁର ଅନ୍ତର୍ଗତ କରଜଙ୍ଗା ଗ୍ରାମର ଏହି ଜୀବଟି ଠାବ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.