ରାଜ୍ୟରେ ୧୪ ପୋଲିସ କର୍ମଚାରୀଙ୍କ ମୁଣ୍ଡ ନେଲାଣି କିଲର ଭାଇରସ କରୋନା: ଡିଜିପି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ୧୪ ପୋଲିସ କର୍ମଚାରୀଙ୍କ ମୁଣ୍ଡ ନେଲାଣି କିଲର ଭାଇରସ କରୋନା । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ସେ କହିଛନ୍ତି ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ ପାଇଁ ଉଦ୍ୟମ କରାଯାଉଛି।

କେବଳ ପୋଲିସ ନୁହେଁ ଅନ୍ୟ ବିଭାଗର କରୋନା ଯୋଦ୍ଧାଙ୍କର  ମଧ୍ୟ ଏହି  କିଲର ଭାଇରସ ଜୀବନ ନେଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାର  ଦୁଇଜଣ ସମ୍ବାଦିକ ଏହି କରୋନାରେ ମ୍‌ତ୍ୟୁ ବରଣ କରିଛନ୍ତି। କିଛି ଦିନ ତଳେ ରାଉରକେଲାରେ କରୋନା ସଂକ୍ରମଣ ଯୋଗୁଁ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଅରୁଣ କୁମାର ଦାଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.