Below header

ବୁଢ଼ା ନଦୀରେ ନିଖୋଜ ଥିବା ବନମାଳିଙ୍କ ମୃତଦେହ ମିଳିଲା

ଯାଜପୁର ଟାଉନ (କେ ନ୍ୟୁଜ୍‌) : ବୁଢା ନଦୀରେ ବୁଡ଼ି ବୃଦ୍ଧ ମୃତ । ମୃତକ ଜଣକ ହେଲେ ଯାଜପୁର ଚଇନପୁର ପଂଚାୟତ ଗୁରୁଦାସପୁର ଗ୍ରାମର ବନମାଳି ଜେନା । ବନମାଳି ଗତକାଲି ବୁଢା ନଦୀର ଅଡଙ୍ଗ ଘାଟରେ ଗାଧୋଉଥିବା ବେଳେ ନଦୀରେ ବୁଡ଼ିଯାଇ ନିଖୋଜ ଥିଲେ । ସ୍ଥାନୀୟ ବାସିନ୍ଦା ବହୁ ଖୋଜା ଖୋଜି ପରେ ନମିଳିବାରୁ ଓଡ୍ରାଫ ଟିମ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜିଥିଲେ । ଆଜି ସକାଳୁ ହଜାରିସାହି ନିକଟରେ ଶବଟିକୁ ଦେଖି ସ୍ଥାନୀୟ ଲୋକ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିଛି । ପରିବାର ଲୋକଙ୍କୁ ଖବର ଦେଇ ଶବଟିକୁ ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.