Below header

ଟ୍ରେନରେ ଯାତ୍ରା କରୁଥିଲେ ସତର୍କ ରୁହନ୍ତୁ, ଏଭଳି ଘଟଣା ଦେଖିଲେ ତୁରନ୍ତ ଆଇନର ସହାୟତା ନିଅନ୍ତୁ

ଚଳନ୍ତା ଟ୍ରେନରେ ଝଗଡା ନେଲା ଉଗ୍ର ରୂପ । ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତି । ଆଜ୍ଞା ହଁ ଗାନ୍ଧୀଧାମ-ପୁରୀ ଟ୍ରେନରେ ଦେଖିବାକୁ ମିଳିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ଟ୍ରେନରେ ଦୁଇ ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତି । ଟିଟିଲାଗଡ଼ରେ ଗାନ୍ଧୀଧାମ-ପୁରୀ ଟ୍ରେନ୍ ରେ ଗଣ୍ଡଗୋଳକୁ କେନ୍ଦ୍ରକରି ଦୁଇ ଜଣ ଯାତ୍ରୀଙ୍କ ତଣ୍ଟି କାଟିଦେଇଥିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି ।

ଟିଟିଲାଗଡ(କେନ୍ୟୁଜ୍): ଚଳନ୍ତା ଟ୍ରେନରେ ଝଗଡା ନେଲା ଉଗ୍ର ରୂପ । ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତି । ଆଜ୍ଞା ହଁ ଗାନ୍ଧୀଧାମ-ପୁରୀ ଟ୍ରେନରେ ଦେଖିବାକୁ ମିଳିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ଟ୍ରେନରେ ଦୁଇ ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତି । ଟିଟିଲାଗଡ଼ରେ ଗାନ୍ଧୀଧାମ-ପୁରୀ ଟ୍ରେନ୍ ରେ ଗଣ୍ଡଗୋଳକୁ କେନ୍ଦ୍ରକରି ଦୁଇ ଜଣ ଯାତ୍ରୀଙ୍କ ତଣ୍ଟି କାଟିଦେଇଥିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। ତେବେ ଆହତ ଦୁଇ ଯାତ୍ରୀଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଟ୍ରେନର ସାଧାରଣ ବଗିରେ ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳର ବି ଚନ୍ଦ୍ରଶେଖର ରେଡ୍ଡୀ, ସିକନ୍ଦରାବାଦର ବି ତ୍ରିନାଥ ଯାତ୍ରା କରୁଥିଲେ । ତେବେ ସିଟକୁ ନେଇ ବ୍ରହ୍ମପୁର ଅଞ୍ଚଳର ଚଗଲା ନାୟକ ଏବଂ ତାଙ୍କ ପତ୍ନୀଙ୍କ ସହ ତ୍ରିନାଥଙ୍କ ପାଟି ତୁଣ୍ଡ ହୋଇଥିଲା । ଏନେଇ ଚଗଲା ଏକ ଧାରୁଆ ଅସ୍ତ୍ରରେ ତ୍ରିନାଥଙ୍କ ତଣ୍ଟି କାଟି ଦେଇଥିଲେ । ଏନେଇ ପାଖରେ ଥିବା ଯାତ୍ରୀ ଚନ୍ଦ୍ରଶେଖର ଆକଟ କରିବାରୁ ଅଭିଯୁକ୍ତ ଚଗଲା ତାଙ୍କର ବେକକୁ ମଧ୍ୟ ଆକ୍ରମଣ କରିଥିଲେ ଧାରୁଆ ଅସ୍ତ୍ରରେ । ତେବେ ତୁରନ୍ତ ଏହି ଘଟଣା ନେଇ ଖବର ପାଇବା ପରେ ଟିଟିଲାଗଡ଼ ରେଳ ଜଙ୍କସନରେ ରେଳ ସୁରକ୍ଷା କର୍ମଚାରୀମାନେ ଉଭୟ ଆହତଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅଭିଯୁକ୍ତ ଚଗଲା ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସୂଚନା ମିଳିଛି । ତେବେ ଚଗଲା ଏବଂ ତାଙ୍କ ପତ୍ନୀ କିନ୍ତୁ ଅଲଗା ଅଭିଯୋଗ ଆଣିଛନ୍ତି । ଚଗଲାଙ୍କ ପତ୍ନୀଙ୍କୁ ସେମାନେ ଅସଦାଚରଣ କରିବାରୁ ଏଭଳି ଘଟଣା ଘଟିଥିବା ସେ ପ୍ରତିକ୍ରିୟାରେ କହିଛନ୍ତି ।

ତେବେ ଦୋଷ କାହାର ତାହାତ ତଦନ୍ତ ପରେ ଜଣାପଡିବ, ହେଲେ ଏଭଳି ଚଳନ୍ତା ଟ୍ରେନରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଘଟଣା ଏବେ ସାଧାରଣରେ ଭୟର ବାତାବରଣ ଖେଳାଇ ଦେଇଛି । ତେଣୁ ଯଦି ଆପଣବି ଟ୍ରେନ୍ ରେ ଯାତ୍ରା କରୁଛନ୍ତି ତେବେ ସତର୍କ ରୁହନ୍ତୁ ଏଭଳି ଘଟଣା ଦେଖିଲେ ତୁରନ୍ତ ରେଳ କର୍ମଚାରୀଙ୍କୁ ଅବଗତ କରାନ୍ତୁ, ଆଇନର ସହାୟତା ନିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.