ବେଆଇନ ଧର୍ମଘଟରେ ସାମିଲ ହେଉଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍ ଭୋଗିବାକୁ ପଡ଼ିବ ଜେଲ ଦଣ୍ଡ କିମ୍ବା ୫ ହଜାର ଟଙ୍କା ଜରିମାନା

କେନ୍ୟୁଜ୍(ବ୍ୟୁରୋ):  ଏଣିକି କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିବ ଅଙ୍କୁଶ । ଯଦି କୌଣସି ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହୁଏ, ତାହାହେଲେ ଆଇନ ଅନୁସାରେ ଦଣ୍ଡ ବ୍ୟବସ୍ଥା ହେବ । ଯଦି ବେଆଇନ ଧର୍ମଘଟକୁ କେହି ପ୍ରୋତ୍ସାହିତ କରେ ବା ସମର୍ଥନ କରେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେହି ବ୍ୟକ୍ତିଙ୍କୁ ଏକବର୍ଷ ଜେଲ ଦଣ୍ଡ କିମ୍ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ । ଉଭୟ ଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇ ପାରିବ । ଯଦି କୌଣସି ଧର୍ମଘଟରେ କୌଣସି କର୍ମଚାରୀ ଅଂଶଗ୍ରହଣ କରନ୍ତି ତାହା ବେଆଇନ ଅଟେ । ଅନ୍ୟକୁ ଧର୍ମଘଟ କରିବା ପାଇଁ ପ୍ରବର୍ତ୍ତାଇଲେ ତାଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ।

ବିଧାନସଭାରେ ପାରିତ ହୋଇଥିବା ଓଡିଶା ଅତ୍ୟାବଶ୍ୟକୀୟ ସେବା ସଂଶୋଧନ ବିଧେୟକ ୨୦୨୦ରେ ଏହି ବ୍ୟବସ୍ଥା ରହିଛି । ୧୯୮୮ ଅଧିନିୟମକୁ ସଂଶୋଧନ କରାଯାଇଛି । ନୂଆ ଅଧିନିୟମ ଅନୁସାରେ କିଛି ସେବାକୁ ଅତ୍ୟାବଶ୍ୟକୀୟ ସେବା ଭାବେ ସାମିଲ କରାଯାଇଛି । ଅଗ୍ନି ନିରାପତ୍ତା, ଅବକାରୀ, ଜଙ୍ଗଲ, କାରାଗାର ସଂସ୍କାର, ଇଲେକ୍ଟ୍ରୋନିକସ ଏବଂ ସୂଚନା ଓ ଯୋଗାଯୋଗ ସହ ଜଡିତ ସେବାରେ ବ୍ୟାଘାତ ହେଲେ ଏହି ସଂଶୋଧିତ ଅଧିନିୟମ ଲାଗୁ ହେବ ।

Leave A Reply

Your email address will not be published.