ଜୀବନକୁ ଶେଷ କରି ଦେବା ପାଇଁ ୪ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅମିତ ସାଧ, ଜାଣନ୍ତୁ କାହିଁକି

ଅଭିନେତା ଅମିତ ସାଧ ଧୀରେ ଧୀରେ ବଲିଉଡ୍ ରେ ନିଜର ଖାସ୍ ପରିଚୟ ସୃଷ୍ଟି କରିପାରିଛନ୍ତି। ବଲିଉଡରେ ତାଙ୍କର ଅନେକ ଫ୍ୟାନ୍ସ ଫଲୋର ମଧ୍ୟ ରହିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଅମିତ ସାଧ ନିଜକୁ ମାରିବାକୁ ୪ ଥର ଚେଷ୍ଟା କରିଥିଲେ ବୋଲି । ଆଜ୍ଞା ହଁ ଏକଥା ବିଶ୍ୱାସ ହେଉନଥିଲେ ମଧ୍ୟ ବିଲକୁଲ୍ ସତ। ଜୀବନର ଏହି ଭୟାନକ ଘଟଣାକୁ ଅମିତ ସାଧ MensXPଙ୍କୁ କହିଛନ୍ତି । ସେ ୧୬ ରୁ ୧୮ ବର୍ଷ ମଧ୍ୟରେ ପ୍ରାୟ ୪ ଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ଏନେଇ ଅମିତ କହିଛନ୍ତି, ‘ମୋର ଆତ୍ମହତ୍ୟା କରିବାର ଚିନ୍ତାଧାରା ନଥିଲା । କିନ୍ତୁ ମୁଁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲି। ଏହା ପଛରେ ମୋର କୌଣସି ଯୋଜନା ମଧ୍ୟ ନଥିଲା ବୋଲି ଅମିତ କହିଛନ୍ତି।’

amit-sadhଆଗକୁ ଅମିତ ଏହା ମଧ୍ୟ କହିଛନ୍ତି, ‘ଥରେ ମୁଁ ହଠାତ୍ ଉଠିବା ପରେ ସୁଇସାଇଡ୍ କରିବା ପାଇଁ ଚେଷ୍ଟା କରିଥିଲି। ଏମିତି ୩ ଥର କରିବା ପରେ ୪ର୍ଥ ଥର ମୋର ମନ ବଦଳି ଯାଇଥିଲା । ମୁଁ ଏପରି କରିବାକୁ ଚେଷ୍ଟା କରିବା ବେଳେ ଭଗବାନଙ୍କ ଠାରୁ ନିର୍ଦ୍ଦେଶ ଆସିଥିଲା ଯେ ଏପରି କରିବା ଠିକ୍ ନୁହେଁ। ତା’ପରେ ମୁଁ ଭାବିଲି ଏପରି କେତେ ଦିନ ପର୍ଯ୍ୟନ୍ତ ମୁଁ ନିଜ ଜୀବନକୁ ଶେଷ କରିବାକୁ ଚେଷ୍ଟା ଜାରି ରଖିବି। ଏହାପରେ ମୋ ଭିତରେ କିଛି ପରିବର୍ତ୍ତନ ଘଟିଥିଲା। ସେବେଠାରୁ, ମୁଁ ଜୀବନରେ ଆଗକୁ ବଢି ଚାଲିଲି। କାରଣ ମୁଁ କେବେ ବି ନହାରିବା ପାଇଁ ନିଷ୍ପତ୍ତି ନେଇଛି।

ଅମିତ ଏହା ମଧ୍ୟ କହିଛନ୍ତି, ‘‘ଏସବୁ ଭିତରେ ମୁଁ ଗୋଟିଏ ଦିନ ବି ବାହାରକୁ ଆସିନଥିଲି। ମତେ ମୋର ଏପରି ମାନସିକତା ପରିବର୍ତ୍ତନ ପାଇଁ ୨୦ ବର୍ଷ ଲାଗିଥିଲା। ଯେଉଁ ଦିନ ମୁଁ ଅନୁଭବ କଲି ଯେ ଜୀବନ ଏକ ଅମୂଲ୍ୟ ଉପହାର, । ସେବେଠାରୁ ହିଁ ମୁଁ ବଞ୍ଚିବା ଆରମ୍ଭ କଲି। ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ମୁଁ ବହୁତ କିଛି କରିଛି। କିଶୋର ଅବସ୍ଥାରେ ମୁଁ ବହୁତ ଭୁଲ୍ ନିଷ୍ପତ୍ତି ନେଇଥିଲି । କିନ୍ତୁ ଆଜି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଯେଉଁମାନେ ନିଜକୁ ଦୁର୍ବଳ ଭାବିଥାନ୍ତି ସେମାନଙ୍କ ପାଇଁ ମୋ ଭିତରେ ଭଲପାଇବା, ଆଶୀର୍ବାଦ ଏବଂ ଆତ୍ମୀୟତା ରହିଛି ବୋଲି କହିଛନ୍ତି ଅମିତ।

amit-abhishekସୂଚନା ମୁତାବକ, ଅମିତ ସାଧ େଓ୍ଵବ ସିରିଜ୍ ‘ବ୍ରୀଦ’ ରେ ନଜର ଆସିଥିଲେ। ଏହି େଓ୍ଵବ ସିରିଜ୍ ରେ ଅମିତ ଅଭିଷେକ୍ ବଚ୍ଚନଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅଭିଷେକ୍ ମଧ୍ୟ ପ୍ରଥମ ଥର ଓଟିଟି ପ୍ଲାଟ୍‌ଫର୍ମରେ େଓ୍ଵବ ସିରିଜ୍ ସହ ଡେବ୍ୟୁ କରିଥିଲେ।

Leave A Reply

Your email address will not be published.