Below header

ଯାଜପୁର : ରାସ୍ତା ପାର ସମୟରେ ଟ୍ରକ ଧକ୍କାରେ ଭାଲୁ ମୃତ

ଯାଜପୁର ରୋଡ (କେନ୍ୟୁଜ୍) :ଟ୍ରକ ଧକ୍କାରେ ଭାଲୁ ମୃତ। ରାସ୍ତା ପାର ହେଉଥିବାବେଳେ ମାଆ ଓ ଛୁଆ ଦୁଇଟି ଭାଲୁଙ୍କ ମୃତ୍ୟୁ ହୋଇଛି। ଯାଜପୁର ରୋଡ ରେଞ୍ଜ ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରଗଡ଼ି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମାଆ ଭାଲୁର ବୟସ ୮ବର୍ଷ ହୋଇଥିବାବେଳେ ଛୁଆ ଭଲୁଚିର ବୟସ ୬ମାସ। ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ଭାଲୁର ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଭାଲୁ ଦୁଇଟି ପାଣି ସନ୍ଧାନରେ ନିକଟସ୍ଥ କୋରାବନ୍ଦୀ ସଂରକ୍ଷିତ ଜଙ୍ଗଲରୁ ଚାଲିଆସିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.