ସାରା ରାଜ୍ୟରେ ଗ୍ରୀଷ୍ମ ଲହରି : ପଶ୍ଚିମରେ ସ୍ଥିତି ଅସମ୍ଭାଳ, ୨୨ ଯାଏଁ ଜାରି ରହିବ ହିଟ୍ ୱେଭ୍ କଣ୍ଡିସନ୍

ଭୁବନେଶ୍ବର(କେନ୍ୟୁଜ୍) : ସାରା ରାଜ୍ୟରେ ଅସହ୍ୟ ତାତି । ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛି ପଶ୍ଚିମ ଓଡ଼ିଶା । ଲଗାତାର ତିନିଦିନ ଧରି ଟିଟିଲାଗଡ଼ ପାଲଟିଛି ତତଲା ଗଡ଼ । ଗତକାଲି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ଥିଲା ୪୫.୫ ଡିଗ୍ରୀ ସେଲସିୟସ । ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସେହିପରି ବଲାଙ୍ଗିରରେ ୪୪ ଡିଗ୍ରୀ, ମାଲକାନଗିରିରେ ୪୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସୁନ୍ଦରଗଡ଼, ଭବାନୀପାଟ୍ଟଣା ଓ ସୋନପୁରରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଥିବା ବେଳେ ସମ୍ବଲପୁରରେ ୪୨.୭ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ଏବଂ ହୀରାକୁଦରେ ୪୧.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ତେବେ ଆସନ୍ତାକାଲି ଯାଏ ପଶ୍ଚିମ ଓଡ଼ିଶାରେ ଜାରି ରହିବ ହିଟ ୱେଭ କଣ୍ଡିସନ । ଅଂଶୁଘାତର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ସହ ଟାଣ ଖରାରେ ଶ୍ରମିକଙ୍କୁ କାମ ନକରିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.