Below header

ଏବେ ପ୍ରବଳ ଗରମ ଓ ଗୁଳୁଗୁଳି, ଅଂଶୁଘାତ ପ୍ରତି ସଚେତନ ରୁହନ୍ତୁ; ଜାଣନ୍ତୁ କଣ କରିବେ

ପ୍ରବଳ ଗରମ ଓ ଗୁଳୁଗୁଳିରେ ରହି ହେଉନାହିଁ । ତା ସାଙ୍ଗକୁ ବିଦ୍ୟୁତ୍‌ କାଟ ଏକପ୍ରକାର ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଦିନ ହେଉ କି ରାତି ଗରମରୁ ତ୍ରାହି ମିଳୁନି । ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଂଶୁଘାତର ଖବର ଆସିଲାଣି । ତେଣୁ ସମସ୍ତେ ସତର୍କ ରହିବା ଜରୁରୀ । କାରଣ ଗରମ ଏତେ ମାତ୍ରାରେ ହେଉଛି ଯେ ଘରେ ରହିଲେ ବି ଅଂଶୁଘାତ ହେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କିଭଳି ଏହାର ଉପଚାର କରିବେ ।

SNSTROKE-2
୧-ବର୍ତ୍ତମାନ ସମୟରେ ଯଦି ଅତି ଆବଶ୍ୟକ ପଡୁଛି ତେବେ ବାହାରକୁ ଯାଆନ୍ତୁ । ବାହାରକୁ ଯିବା ବେଳେ କଳା ଚଷମା, ଜୋତା, ଟୋପି କିମ୍ବା ଛତା ଆଦି ସାଙ୍ଗରେ ନିଅନ୍ତୁ ।

୨-ସାଙ୍ଗରେ ନିଶ୍ଚୟ ପାଣି ବୋତଲ ନିଅନ୍ତୁ । ଘରୁ ବାହାରିଲା ବେଳେ ଅଧିକ ମାତ୍ରାରେ ପାଣି ପିଇ ଯାଆନ୍ତୁ ।

୩-ଦିନ ୧୨ଟାରୁ ୩ଟା ମଧ୍ୟରେ ତାତିର ବିଶେଷ ପ୍ରଭାବ ରହିଥାଏ । ଏହି ସମୟରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ ।

୪-ସୂତା ଲୁଗା ପିନ୍ଧିବା ସହ ହାଲକା କିମ୍ବା ଫିକା ରଙ୍ଗ କପଡ଼ାର ପୋଷାକ ପିନ୍ଧନ୍ତୁ ।
୫-ଓଆରଏସ୍‌, ଲେମ୍ବୁ ପାଣି, ଘୋଳଦହି, ତୋରାଣି ଆଦି ପ୍ରଚୁର ପରିମାଣରେ ପିଅନ୍ତୁ । ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ ।
୬-ଯଦି ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୭-ଅଂଶୁଘାତ ହୋଇଥିବା ବ୍ୟକ୍ତିଙ୍କୁ ତାଙ୍କ ଦେହର ଉତ୍ତାପ କମାଇବା ପାଇଁ ଥଣ୍ଡା ଓ ଛାଇ ସ୍ଥାନରେ ଶୁଆଇ ଦିଅନ୍ତୁ ।
୮-ମୁଣ୍ଡରେ ଥଣ୍ଡା ପାଣି ଡାଳି ଭଲ ଭାବେ ପୋଛି ଦିଅନ୍ତୁ ।
୯-ପାଣି, ତୋରାଣି, ଲେମ୍ବୁ ପାଣି, ଦହି ଆଦି ପିଇବାକୁ ଦିଅନ୍ତୁ । ଏକା ବେଳକୁ ଅଧିକ ପିଇବାକୁ ନଦେଇ ପ୍ରତି ଅଧଘଣ୍ଟାରେ ଅଧଗ୍ଲାସ କରି ପିଇବାକୁ ଦିଅନ୍ତୁ ।
୧୦-ଆଶୁ ଚିକିତ୍ସା ପରେ ତୁରନ୍ତ ଅଂଶୁଘାତ ହୋଇଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ତାଙ୍କର ଚିକିତ୍ସା କରାନ୍ତୁ ।
୧୧-ଘର ଭିତରେ ରହି ଯଦି ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ଶରୀରରେ ଯେଭଳି ଜଳୀୟ ଅଂଶ ନକମିବ ସେଥିପ୍ରତି ଧ୍ୟାନ ଦୁଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.