ଇଭିଏମର ସୁରକ୍ଷା ଓ ସମସ୍ୟା ଚିନ୍ତା : ଆଜି ନିର୍ବାଚନ କମିସନଙ୍କୁ ଭେଟିବେ ୨୨ଟି ବିରୋଧୀ ଦଳ

ଇଭିଏମର ସୁରକ୍ଷା ଓ ସମସ୍ୟା ନେଇ ଟିଡିପି ସମେତ ୨୨ଟି ବିରୋଧୀ ଦଳ ଆଜି ନିର୍ବାଚନ କମିସନଙ୍କୁ ଭେଟିବେ । ଏହାପୂର୍ବରୁ ଫେଡରାଲ ଫ୍ରଣ୍ଟ ଗଠନ ନେଇ ଜୋରଦାର କସରତ ଚଳାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ଗତକାଲି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ମହାମେଣ୍ଟ ଗଠନ ନେଇ ଆଲୋଚନା ହୋଇଥିବା ଟିଏମସି ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.