ପରୀକ୍ଷା ଫଳ ନୁହେଁ ସଫଳତାର ମାପଦଣ୍ଡ, ମାଟ୍ରିକ ରେଜଲ୍ଟ ଖରାପ ହୋଇଥିଲେ ହାରି ନଯାଇ ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଆଉ ମାତ୍ର କିଛି ସମୟର ଅପେକ୍ଷା । ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏଥିପାଇଁ ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭକରି ଅଭିଭାବକଙ୍କ ମନରେ ଭରି ରହିଛି ଗଭୀର ଉତ୍କଣ୍ଠା । ରେଜଲ୍ଟ ଆସିବା ପରେ କିଛି ପିଲା ଉତ୍ସାହ ମନାଉଥିବା ବେଳେ ଆଉ କିଛି ପିଲା ଥାଆନ୍ତି ଦୁଃଖରେ । ପରୀକ୍ଷା ଫଳାଫଳକୁ ନେଇ ହୋଇପଡନ୍ତି ଚିନ୍ତିତ । କାରଣ ସେମାନଙ୍କ ଆଶାନୁସାରେ ଆସିନଥାଏ ରେଜଲ୍ଟ । ଏପରିକି କିଛି ବିଦ୍ୟାର୍ଥୀ ଆତ୍ମହତ୍ୟାର ବାଟ ଆପଣାଇ ନେଇଥାନ୍ତି । କିନ୍ତୁ ଏହା ଆଦୌ ଠିକ୍ ନୁହେଁ ।

ମନେ ରଖନ୍ତୁ ଏହା ଆପଣଙ୍କ ଜୀବନର ଶେଷ ପରୀକ୍ଷା ନୁହେଁ । ଏହାପରେ ମଧ୍ୟ ଆପଣଙ୍କୁ ଅନେକ ପରୀକ୍ଷାର ସାମ୍ନା କରିବାକୁ ପଡିପାରେ । ଆପଣଙ୍କ ଭାଗ୍ୟ ଏବଂ ଭବିଷ୍ୟତ ନିର୍ଦ୍ଧାରଣ କରିନଥାଏ ଏହି ପରୀକ୍ଷା ଫଳ । ତେଣୁ ପରୀକ୍ଷାଫଳ ଖରାପ ହୋଇଥିଲେ ଚିନ୍ତା ନକରି ଏହି ଦିଗ ଉପରେ ଧ୍ୟାନ ଦିଅନ୍ତୁ ।

– ପରୀକ୍ଷାରେ ଫଳ ଖରାପ ହୋଇଥିଲେ ଭାଙ୍ଗି ପଡନ୍ତୁନି । ପୁଣି କେମିତି ଭଲ କରିବେ ମନୋକୁ ଦୃଢ କରନ୍ତୁ ଏବଂ ପରିଶ୍ରମକୁ ଦ୍ୱିଗୁଣିତ କରନ୍ତୁ ।

– ଅଭିଭାବକ ମାନେ ନିଜ ପିଲାଙ୍କୁ ଅନ୍ୟମାନଙ୍କ ସହ ତୁଳନା କରନ୍ତୁ ନାହିଁ । କାରଣ ସମସ୍ତେ ଭିନ୍ନ ଭିନ୍ନ ପ୍ରତିଭାର ଅଧିକାରୀ ଥାନ୍ତି । କେହି କାହା ପରି ହୋଇପାରିବେନି । ଯଦି ଆପଣ ଏପରି କରନ୍ତି ତେବେ ପିଲାମାନଙ୍କ ମନୋବଳ ଭାଙ୍ଗିଯାଇପାରେ ।

– ପରୀକ୍ଷାଫଳ ଖରାପ ହେବା ପରେ ପିଲାମାନେ ମାନସିକ ସ୍ତରରେ ହାରିଯାଇଥାନ୍ତି । ଆଉ ଏହି ପରିସ୍ଥିତିରେ ସେମାନଙ୍କୁ ସମ୍ଭାଳିବା ଅଭିଭାବକଙ୍କ କାମ । ତେଣୁ ସେମାନଙ୍କୁ ଗାଳି ନକରି ବନ୍ଧୁ ପରି ବୁଝାନ୍ତୁ ଏବଂ ବୁଝନ୍ତୁ ।

– ସବୁ ଜିନିଷକୁ ହାଲକା ଭାବେ ନେବା ଉଚିତ୍ । ମନେ ରଖନ୍ତୁ ବିଫଳତା ହିଁ ସଫଳତାର ଜନନୀ ।

– କେଉଁଥିରେ ଭୁଲ ରହିଗଲା ତାହା ଜାଣି ସେ ବିଷୟକୁ ମନ ଦେଇ ପଢନ୍ତୁ ।

– ଏହା ସହ ପରୀକ୍ଷା ଆପଣଙ୍କ ସଫଳତାର ମାପକାଠି ନୁହେଁ । ଅନେକ ବ୍ୟକ୍ତି ଅଛନ୍ତି ପରୀକ୍ଷାରେ ଭଲ ନକରି ବି ଜୀବନରେ ବହୁତ ସଫଳତା ପାଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.