କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଆଜି ବସୁଛି ଏନଡିଏ ସହଯୋଗୀଙ୍କ ବୈଠକ

୨୩ରେ ଆସିବ ସାଧାରଣ ନିର୍ବାଚନ ଫଳାଫଳ । ରେଜଲ୍ଟକୁ ନେଇ ଆଶା ଆଶାଙ୍କାରେ ବିଭିନ୍ନ ରାଜନୈତିକ ଦଳ ଓ ନେତା । ଭୋଟ ଗଣତିର ୨ଦିନ ପୂର୍ବରୁ ଦିଲ୍ଲୀରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏର ଏକ ବୈଠକ ବସିବ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେବେ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଲୋକଜନଶକ୍ତି ପାର୍ଟି ମୁଖ୍ୟ ରାମବିଳାସ ପାଶ୍ୱାନ ପ୍ରମୁଖ ଯୋଗଦେବେ । ଏହି ଅବସରରେ ନୈଶଭୋଜିର ଆୟୋଜନ କରାଯିବ ।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପିର ବରିଷ୍ଠ ନେତାଙ୍କ ଏକ ବୈଠକ ବସିବ ବୋଲି ସୂଚନା ମିଳିଛି । ବିଭିନ୍ନ ସଂସ୍ଥାର ଏକଜିଟ ପୋଲ ରିପୋର୍ଟରେ ଏନଡିଏକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଛି । ଏହାକୁ ବିଜେପି ନେତା ଉତ୍ସାହିତ ଥିବା ବେଳେ ବୈଠକରେ ଏହା ଉପରେ ଆଲୋଚନା କରାଯିବ । ସେହିପରି ଆସନ୍ତା ୨୩ରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମେଣ୍ଟ ସହଯୋଗୀ ଓ ବିଭିନ୍ନ ଆଞ୍ଚଳିକ ଦଳର ମୁଖିଆଙ୍କୁ ବୈଠକକୁ ଡାକିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.