Below header

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ, ଜାଣନ୍ତୁ କେତେବେଳେ ଏବଂ କେଉଁଠାରେ କରିପାରିବେ ଚେକ୍  

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ସକାଳ ୯ଟାରେ ବୋର୍ଡ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ବାହାରିବ ରେଜଲ୍ଟ। ଏହାପରେ ସକାଳ ୧୧ଟାରେ ବୋର୍ଡ େଓ୍ଵବସଇଟରେ ପରୀକ୍ଷାଫଳ ଉପଲବ୍ଧ ହେବ। ଏଥିପାଇଁ ଛାତ୍ରଛାତ୍ରୀ www.bseodisha.nic.in, www.bseodisha.ac.inରେ ଲଗ୍‌ ଅନ୍‌ କରି ପରୀକ୍ଷାଫଳ ଜାଣି ପାରିବେ। ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍‌ ଉପଲବ୍ଧ ନାହିଁ ସେମାନେ ଏସଏମଏସ୍‌  ଜରିଆରେ ବି ଜାଣିପାରିବେ ରେଜଲ୍ଟ। ଏଥିପାଇଁ ମୋବାଇଲ୍‌ରେ OR10 ଗୋଟିଏ ସ୍ପେପ୍‌ ଦେଇ ନିଜ ରୋଲ ନମ୍ବର ଲେଖିବେ। ତାକୁ ପଠାଇବେ ୫୬୭୬୭୫୦ ନମ୍ବରକୁ।

ନିଶ୍ଚିତ ପଢ଼ନ୍ତୁ: ଖୁବ ଶୀଘ୍ର ବାହାରୁଛି ମାଟ୍ରିକ୍ ରେଜଲ୍ଟ, ଜାଣନ୍ତୁ କିପରି କରିବେ ଚେକ୍

ଆଜି ଏକାସଙ୍ଗେ ମାଧ୍ୟମିକ ଶିକ୍ଷା ବୋର୍ଡ ସହ ଓଡ଼ିଶା ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ। ୱେବସାଇଟରେ ଫଳ ପ୍ରକାଶ ପରେ ଅପଲୋଡ ହେବ ଓଏମଆର ସିଟ୍‌। ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୭୨ ହଜାର ୬୯୯ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଫେବ୍ରୁଆରୀରୁ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି ମାର୍ଚ୍ଚ ୮ ଯାଏଁ ଚାଲିଥିଲା। ଏପ୍ରିଲ ୫ ତାରିଖରୁ ଆରମ୍ଭ ହୋଇଥିଲା ମୂଲ୍ୟାୟନ। ତେବେ ବାତ୍ୟା ଫନି ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.