Below header

ବାଇକରୁ ପଡି ଆରୋହୀ ଗୁରୁତର

କଟକ: ବାଇକରୁ ପଡି ଆରୋହୀ ଗୁରୁତର। ଏହାକୁ ନେଇ ଉତ୍ତେଜନା। ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି। କଟକ ଜିଲ୍ଲା ନରସିଂହପୁରରୁ କମଳାଡିହ ରାସ୍ତାର ଶରଧାପୁରରେଠାରେ ରାସ୍ତାରୋକ କରିଛନ୍ତି ଲୋକେ। ନିରସିଂହପୁର ଥାନା ଅଧିକାରୀ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ନିରସିଂହପୁରରୁ କମଳାଡିହ ରାସ୍ତାର ଶରଧାପୁରଠାରେ ଏଲ ଆଣ୍ଡ ଟି କମ୍ପାନୀ ପାଇପ ବିଛାଇବାକୁ ରାସ୍ତା ଖୋଳିଥିଲା।

ପାଇପ ବିଛା ଯିବା ପରେ କମ୍ପାନୀ ପକ୍ଷରୁ ଠିକ ଭାବରେ ରାସ୍ତା ପୋତା ଯାଇନାହିଁ। ଫଳରେ ବିଭିନ୍ନ ସମୟରେ ଘଟୁଛି ଛୋଟବଡ ଦୁର୍ଘଟଣା। ଆଜି ମଧ୍ୟ ସମାନ ଢଙ୍ଗରେ ଜଣେ ବାଇକ ଆରୋହୀ ଖାଲରେ ପଡି ଗୁରୁତର ହୋଇଥିଲେ। ଏହାକୁ କେନ୍ଦ୍ର କରି ଉତ୍ୟକ୍ତ ଲୋକେ ତାତିଥିଲେ। ସମାଧାନ ଦାବିରେ  ରାସ୍ତା ରୋକ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.