ଆଜି ପାକିସ୍ଥାନ ଭୋଟ : ଇମରାନ୍ ବନାମ ସରିଫ୍ , ନିର୍ବାଚନ ସମୟରେ ହେଲା ବିସ୍ପୋରଣ

ନୂଆଦିଲ୍ଲୀ : ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀ କିଏ ହେବ, ତାହା ଆଉ ଦିନେ ଦି ଦିନରେ ସ୍ପଷ୍ଟ ହେବ। ବିବାଦ ଭିତରେ ପାକିସ୍ତାନରେ ଅନୁଷ୍ଠିତ ହେଉଛି ସାଧାରଣ ନିର୍ବାଚନ। ନିର୍ବାଚନରେ ୩ ହଜାରରୁ ଅଧିକ ପ୍ରାର୍ଥୀ ୨୭୨ ଆସନ ପାଇଁ ନିର୍ବାଚନ ଲଢୁଛନ୍ତି। ଏହାସହ ପଞ୍ଜାବ, ସିନ୍ଧ, ବଲୁଚିସ୍ତାନ ଓ ଖାଇବର ପସ୍ତୁନ ରାଜ୍ୟ ପାଇଁ ମଧ୍ୟ ମତଦାନ ହେଉଛି। ୪ ରାଜ୍ୟରେ ଅଛି ମୋଟ ୫୭୭ଟି ଆସନ। ନିର୍ବାଚନ ଲଢୁଛନ୍ତି ୮ ହଜାରରୁ ଅଧିକ ପ୍ରାର୍ଥୀ। ଦେଶରେ ପ୍ରାୟ ୧୧ କୋଟି ଭୋଟର ଅଛନ୍ତି। ୮୫ ହଜାର ପୋଲିଂ ଷ୍ଟେସନରେ ସକାଳ ଆଠଟାରୁ ଭୋଟିଂ ଆରମ୍ଭ ହୋଇଛି। ନିର୍ବାଚନ ସରିବାର ୨୪ ଘଣ୍ଟା ଭିତରେ ଫଳାଫଳ ଘୋଷଣା ହେବ।

ଅଭିଯୋଗ ହେଉଛି, ପାକିସ୍ତାନ ସେନା ନିର୍ବାଚନରେ ହସ୍ତକ୍ଷେପ କରୁଛି। ସେନା ଇମ୍‌ରାନ ଖାନଙ୍କ ଦଳ ତେହରିକ୍ ଏ ପାକିସ୍ତାନକୁ ସମର୍ଥନ କରୁଛି। ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି ପାକିସ୍ତାନ ସେନା। ଏହାସହ ଅନେକ ଆତଙ୍କବାଦୀ ସଂଗଠନ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି। ନିର୍ବାଚନ ପୂର୍ବରୁ ମିଡିଆ ଉପରେ ଲାଗିଥିଲା କଟକଣା। ଅନେକ ରାଜନୈତିକ ଦଳ ନେତାଙ୍କୁ ହଇରାଣ କରାଯାଇଥିଲା। ପାକିସ୍ତାନ ମୁସଲିମ ଲିଗ୍ ନୱାଜର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା।

ମିଡ଼ିଆ ସୂଚନା ମୁତାବକ , ଏହି ବ୍ଲାଷ୍ଟ କ୍ବେଟାର ପୂର୍ବ ବାଇପାସ ନିକଟରେ ଘଟିଛି। ଏହି ବ୍ଲାଷ୍ଟରେ ୫ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଏହି ବ୍ଲାଷ୍ଟ ନ୍ଯାସନାଲ ଅସବେଲି ୨୬୦ ଅନ୍ତର୍ଗତ ସକାଳ ୧୧ଟରେ ହୋଇଥିବା  ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.