କୁଆଖାଇ ନଦୀରେ ବୁଡ଼ିଗଲେ ୬ ଛାତ୍ର : ଦୁଇ ମୃତ, ୪ ଉଦ୍ଧାର

ଭୁବନେଶ୍ବର: ଦୁଇ ଦିନ ମଧ୍ୟରେ ପୁଣି କୁଆଖାଇ ନଦୀରେ ଅଘଟଣ ଘଟିଛି। ନଦୀରେ ଗାଧୋଇବା ସମୟରେ ଭାସିଗଲେ ୬ ଜଣ ଛାତ୍ର । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ଦ୍ବାରା ୪ ଜଣ ଛାତ୍ର ଉଦ୍ଧାର ହୋଇଥିବା ବେଳେ,ଦୁଇ ଛାତ୍ର ମୃତ। ମୃତକଙ୍କ ନାଁ ସପିକ୍ ଦିଗଲ୍ ଓ ଭୁବନେଶ୍ୱର ୟୁନିଟ୍ ନାଇନ୍ ବଏଜ୍ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର। ଆଉ ଜଣେ ନିଖୋଜଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତାଙ୍କ ନାଁ ଜଗମୋହନ ସାହୁ।

ଆଜି ସକାଳେ କୁଆଖାଇ ନଦୀକୁ ୫ ଜଣ ଛାତ୍ର ଗାଧୋଇବା ପାଇଁ ଯାଇଥିଲେ। ଘରୁ ସ୍କୁଲକୁ ନଯାଇ ସେମାନେ କୁଆଖାଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ସମସ୍ତେ ୟୁନିଟ୍ ନାଇନ୍ ବଏଜ୍ ହାଇସ୍କୁଲର ଛାତ୍ର। ସେମାନଙ୍କ ମଧ୍ୟରୁ ପାଣି ସୁଅରେ ଭାସି ଯାଇଥିଲେ ଦୁଇ ଜଣ।ଛାତ୍ରମାନେ ଯୁନିଟ ୯ ନାଇନ୍ ବଏଜ୍ ହାଇସ୍କୁଲର ବୋଲି ଜଣା ପଡ଼ିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.