Below header

କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କଲେ ବିଏମ୍‌ସି ଓ ଜୟ ଓଡ଼ିଶା

କରୋନାର ଭୟାବହତା ଯୋଗୁ ଆଜି ସମାଜରେ ଅନେକ ଅମାନବୀୟ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଭୁବନେଶ୍ଵରର ସତ୍ୟନଗର ଶ୍ମଶାନ ଠାରେ କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ୨୦ଜଣ ବ୍ୟକ୍ତି ସମସ୍ତଙ୍କୁ ମାନବିକତାର ନୂତନ ରୂପ ଦେଖାଇଛନ୍ତି। ପ୍ରଥମ ଦିନରୁ ଅବହେଳିତ ଭାବେ କାମ କରିଆସୁଥିବା ଦେବଦୂତ ରୂପକ ଏହି କରୋନା ଯୋଦ୍ଧାଙ୍କୁ ବିଏମ୍‌ସି କର୍ମଚାରୀ ଏବଂ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶାର କର୍ମଚାରୀ ମାନେ ମାସ୍କ୍, ଗ୍ଲୋଭସ, ସାନିଟାଇଜର୍, ଟି ସାର୍ଟ ଦେଇ ସମ୍ମାନିତ କରିବା ସହ ସେମାନଙ୍କ ଏହି ମହତ୍ କାର୍ଯ୍ୟକୁ ଉତ୍ସାହିତ କରିଛନ୍ତି।

bmc2

ଆଜିକା ଦିନରେ କରୋନା ସଂକ୍ରମଣ ଭୟରେ ସାଧାରଣ ଲୋକ କାହାକୁ ସାହାଯ୍ୟର ହାତ ବଢ଼ାଇବାକୁ ଡରୁଥିବା ବେଳେ ଏମାନେ କରୋନା ରୋଗୀଙ୍କୁ ନିଜ ପରିବାରର ସଦସ୍ୟ ଭଳି ସତ୍କାର କରିଆସୁଛନ୍ତି। ଏଯାବତ୍ ପାଖାପାଖି ୨୫୦ ଟି କରୋନା ରୋଗୀଙ୍କ ଶବ ସହିତ କିଛି ସନ୍ଦିଗ୍ଧ ଶବ ସତ୍କାର କରିସାରିଛନ୍ତି।

bmc

ବଣ୍ଟନ କାର୍ଯ୍ୟକ୍ରମରେ ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ବି ଏମ୍ ସି ର ସୁବ୍ରତ କୁମାର ପଣ୍ଡା ଜ୍ଏଣ୍ଟ୍ ସେକ୍ରେଟାରୀ ୱାଟର ରିସୋର୍ସ, ପୁରନ୍ଦର ନନ୍ଦ ଡେପୁଟି କମିଶନର୍, ଅଂଶୁମାନ ରଥ ଜୋନାଲ ଡେପୁଟି କମିଶନର, ଦେବାଶିଷ ସାହୁ ସି ଟି ଓ ଜି ଏସ୍ ଟି ଅଫିସର୍ ଓ ସତ୍ୟଜିତ ସାହୁ ଆସିଷ୍ଟାଣ୍ଟ ଡିରେକ୍ଟର୍ ୱାଟର ରିସୋର୍ସ ପ୍ରମୁଖ ଉପସ୍ଥିତ ଥିଲେ।

bmc4

ଏମାନେ ପ୍ରଥମ ଦିନରୁ ନିଜ ପରିବାରକୁ ପଛରେ ପକାଇ ନିଜ ସ୍ଵାସ୍ଥ୍ୟକୁ ଭ୍ରୁକ୍ଷେପ ନକରି ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ, ଜୟ ଓଡ଼ିଶା ଆଜି ଯେଉଁଭଳି ସାହାଯ୍ୟ ସହଯୋଗ କରିଛି ଆଗାମୀ ଦିନରେ ମଧ୍ୟ ଆବଶ୍ୟକୀୟ ସମସ୍ତ ସାହାଯ୍ୟ କରିବ ବୋଲି ଜୟ ଓଡ଼ିଶା ର ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ କହିଛନ୍ତି। ସେହିଭଳି ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ କୌଣସି ଭେଦଭାବ ନରଖି ଏହି ବ୍ୟକ୍ତିମାନେ ଯେଉଁଭଳି ଶବ ସତ୍କାର କରିଆସୁଛନ୍ତି ତାହାକୁ ଅଂଶୁମାନ ରଥ ଭୂୟସୀ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.