ତରକାରୀ ଭଲ ଲାଗିଲା ନାହିଁ ବୋଲି ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ, ଆଉ ତା’ପରେ…

ପାରିବାରିକ ବିବାଦ ଯେ କେତେ ଉଗ୍ରରୂପ ଧାରଣ କରିପାରେ ତାହାର ଆଉ ଏକ ନମୁନା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଚନ୍ଦନ ନଗର ଥାନା ଅନ୍ତର୍ଗତ ସିରପୁରର ଗୀତା ନଗରରେ। ଏଠାରେ ରହୁଥିବା ଅରବିନ୍ଦ ସିଂହ ସିସୋଦିଆଙ୍କୁ ଖାଦ୍ୟ ଭଲ ନଲାଗିବାରୁ ସେ ପତ୍ନୀଙ୍କୁ କିରାସିନି ପକାଇ ଜଳାଇଦେଇଥିବା ଜଣାଯାଇଛି। କିନ୍ତୁ ଏତିକିରେ କଥା ସରିନି। ପତ୍ନୀଙ୍କୁ ଜଳାଇବା ପରେ କ’ଣ ଭାବିଲେ କେଜାଣି ପୁଣିଥରେ ପାଣି ପକାଇ ନିଆଁ ଲିଭାଇ ତାଙ୍କୁ ମେଡିକାଲରେ ଭର୍ତ୍ତି ମଧ୍ୟ କରିଛନ୍ତି। ଏନେଇ ପତ୍ନୀ ଥାନାରେ ମାମଲା ରୁଜୁ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

crime

ସବୁଦିନ ଭଳି ମଙ୍ଗଳବାର ମଧ୍ୟ ଅରବିନ୍ଦ ସିଂହ ସିସୋଦିଆ(୩୫) ଅଫିସରୁ ଆସି ପତ୍ନୀ ପପିତା(୩୧)ଙ୍କୁ ଖାଇବାକୁ ମାଗିଥିଲେ। ପପିତା ତାଙ୍କୁ ଖାଇବାକୁ ବାଢ଼ିବା ପରେ ଅରବିନ୍ଦଙ୍କୁ ତରକାରୀ ଭଲ ଲାଗିନଥିଲା। ଏନେଇ ଅରବିନ୍ଦ ଓ ପପିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପପିତା ଅରବିନ୍ଦଙ୍କୁ ରାଗିବାକୁ ମନା କରିବା ସହ କାଲିଠୁ ତାଙ୍କ ପସନ୍ଦର ଖାଦ୍ୟ ତିଆରି କରିବେ ବୋଲି କହିଥିଲେ। କିନ୍ତୁ ଅରବିନ୍ଦ ରାଗିଯାଇ ସବୁଦିନର ଝାମେଲାକୁ ଗୋଟିଏ ଦିନରେ ସାରିଦେବେ କହି ଖାଇବା ସ୍ଥାନରୁ ଉଠିଯାଇଥିଲେ। ପପିତା କିଛି ବୁଝିବା ପୂର୍ବରୁ ଅରବିନ୍ଦ ଘର ଭିତରୁ କିରାସିନି ଆଣି ତାଙ୍କ ଉପରେ ଢାଳି ନିଆଁ ଲଗାଇଦେଇଥିଲେ।

crime3

ପପିତା ଚିଲ୍ଲାଇବାରୁ ପୁଣି କ’ଣ ଭାବିଲେ କେଜାଣି ପାଣି ଆଣି ନିଆଁ ଲିଭାଇବା ସହ ତାଙ୍କୁ ବାଇକରେ ବସାଇ ମେଡିକାଲରେ ଭର୍ତ୍ତି କରିଥିଲେ। ନିଆଁ ଲିଭାଇବା ବେଳେ ଅରବିନ୍ଦଙ୍କ ହାତ ଜଳିଯାଇଥିଲା ବୋଲି ପପିତା କହିଛନ୍ତି। ତେବେ ମେଡିକାଲରେ ପତ୍ନୀଙ୍କୁ ଛାଡ଼ିବା ପରେ ଅରବିନ୍ଦ କୁଆଡ଼େ ଚାଲିଯାଇଛନ୍ତି। ପୋଲିସ ଅଭିଯୋଗ ଗ୍ରହଣ କରିଥିଲେ ମଧ୍ୟ କି ମାମଲା ରୁଜୁ କରିବ ଭାବୁଛି। କାରଣ ଯିଏ ନିଜେ ନିଆଁ ଲଗାଇଛନ୍ତି ଓ ସେ ନିଆଁ ଲିଭାଇ ଜୀବନ ବି ବଞ୍ଚାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.