Below header

ଫୁଲବାଣୀ : ବାଇକ ଦୁର୍ଘଟଣାରେ ଯୁବ କ୍ୟାମେରାମ୍ୟାନଙ୍କ ମୃତ୍ୟୁ, ଅକାଳ ବିୟୋଗରେ ସମସ୍ତେ ବ୍ୟଥିତ

ଫୁଲବାଣୀ (କେ ନ୍ୟୁଜ୍‌) : ବାଇକ ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାରେ କାର‌୍ୟ୍ୟରତ ଥିବା ଏକ ଘରୋଇ ଟିଭି ଚ୍ୟାନେଲର କ୍ୟାମେରାମ୍ୟାନଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ରାଜୁ ନାୟକ । ଜନ୍ମାଷ୍ଟମୀରେ ତାଙ୍କ ଭଉଣୀ ଫୁଲବାଣୀର ନଦୀଖଣ୍ଡି ସାହିରେ ଥିବା ତାଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ । ଆଜି ସେ ଭଉଣୀଙ୍କୁ ତାଙ୍କ ଶାଶୁଘର ଖଜୁରିପଡ଼ାରେ ଛାଡ଼ିବାକୁ ଯାଇଥିଲେ। ଭଉଣୀଙ୍କୁ ଛାଡି ଫେରୁଥିବା ସମୟରେ କୌଣସି କାରଣରୁ ରାସ୍ତାରେ ଦୁର୍ଘଟଣା ଘଟିଥିଲା । ଆଉ ସେହିଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ACCIDENT-1

ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିିଟି ହୋଇ ଯାଇଥିବା ଅନୁମାନ କରାଯାଉଛି । ଖବର ପାଇବା ପରେ ଖଜୁରିପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ପଠାଇଛ। ରାଜୁଙ୍କ ଅକାଳ ବିୟୋଗରେ ଫୁଲବାଣୀ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଜଣେ ଖୁବ୍ ମେଳାପୀ ଏବଂ ମଜାଳିଆ ପିଲା ଥିଲେ ରାଜୁ। ତାଙ୍କ ବିୟୋଗରେ କନ୍ଧମାଳର ସମସ୍ତ ସାମ୍ବାଦିକ ବନ୍ଧୁ ଶୋକ ବ୍ୟକ୍ତ କରିବା ସହ ରାଜୁଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.