Below header

ଯାଜପୁର: ସହିପରିଲେନି ଋଣ ପ୍ରଦାନକାରୀ ସଂସ୍ଥାଙ୍କ ଧମକ, ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଅଟୋ ଡ୍ରାଇଭର

ଯାଜପୁର ଟାଉନ(କେନ୍ୟୁଜ୍): ଅଟୋ ଋଣ ସୁଝିନପାରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । କୋରୋନା କଟକଣା ଯୋଗୁଁ ଘରୁ ବାହାରିପାରୁନି ଅଟୋ । ଋଣ କରି ଅଟୋ କରିଥିବା ଯୁବକଙ୍କ ପାଇଁ ଶୁଝିବା କଷ୍ଟକର । ବାରମ୍ବାର ଋଣପ୍ରଦାନକାରୀ ସଂସ୍ଥା ର ତାଗିଦ ର ଡର ଏବଂ ଗାଡି ନେଇଯିବା ଭୟରେ ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ଯାଜପୁର ଜିଲା ଦଶରଥପୁର ଗାଁର ଶଙ୍କର୍ଷଣ ସାହୁ ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।  ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଶଙ୍କର୍ଷଣ ପ୍ରାୟ ବର୍ଷକ ତଳେ ଋଣ କରି ଏକ ଅଟୋ ଚଳାଉଥିଲେ । କିନ୍ତୁ ଗତ ୪/୫ ମାସ ହେଲା କୋରୋନା ଯୋଗୁଁ ହେଉଥିବା ଲକ ଡାଉନ ଏବଂ ସଟ୍ ଡାଉନ ଯୋଗୁଁ ନିଜର କିସ୍ତି ଦେବାକୁ ଅସମର୍ଥ ହୋଇଥିଲେ । ସେପଟେ ଋଣ ପ୍ରଦାନକାରୀ ସଂସ୍ଥା ବାରମ୍ବାର ଶଙ୍କର୍ଷଣଙ୍କ ଉପରେ ଋଣ ପଇଠ କରିବା ପାଇଁ ଚାପ ପ୍ରୟୋଗ କରୁଥିଲେ । ଏପରିକି ଗାଡି ଫେରସ୍ତ ନେଇଯିବାକୁ ମଧ୍ୟ ଧମକ ଦେଉଥିଲେ । ଏଥିରେ ଭୟଭିତ ହୋଇ ଶଙ୍କର୍ଷଣ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.