ଆଉ ନର୍ମାଲ ମ୍ୟାଗି ନୁହେଁ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ୟୁନିକ ମ୍ୟାଗି ଆମଲେଟ

ସାଧାରଣତଃ ଘରେ ଆପଣ ସାଧା ମ୍ୟାଗି ନଚେତ ଅଣ୍ଡା ମ୍ୟାଗି ଖାଇ ଖାଇ ବୋର ହୋଇଯିବେଣି ନିଶ୍ଚୟ । ଏବେ ଭାବୁଥିବେ ଯଦି ମ୍ୟାଗିରେ ଆପଣ କିଛି ନୂଆ ରେସିପି ପ୍ରସ୍ତୁତ କରିପାରନ୍ତେ ତାହେଲେ କେତେ ବଢିଆ ହୁଅନ୍ତା । ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ ଆଜି ଆମେ ଆପଣଙ୍କ ପାଇଁ ନୁଡଲ୍ସ ଦ୍ୱାରା ପ୍ରସ୍ତୁତ ଏକ ଏପରି ରେସିପି ନେଇ ଆସିଛୁ ଯାହାକୁ ଖାଇବା ପରେ ଆପଣଙ୍କ ଘରେ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖୁବ ପସନ୍ଦ କରିବେ । ତାହେଲେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବା ମ୍ୟାଗି ଆମଲେଟ ।

ଆବଶ୍ୟକୀୟ ସାମଗ୍ରୀ

  • ଅଣ୍ଡା
  • ମ୍ୟାଗି
  • ପିଆଜ
  • ଟମାଟୋ
  • କ୍ୟାପ୍ସିକମ
  • କଞ୍ଚାଲଙ୍କା
  • ଧନିଆପତ୍ର
  • ହଳଦୀଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଗୋଲମରିଚ ଗୁଣ୍ଡ
  • ଧନିଆଗୁଣ୍ଡ
  • ଲୁଣ
  • ତେଲ

Maggi Omelette Recipe In Hindi मैगी ऑमलेट | Maggi Recipe ...

ପ୍ରସ୍ତୁତି ପ୍ରଣାଳୀ

ମ୍ୟାଗି ଆମଲେଟ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପ୍ୟାନ ଗରମ କରି ସେଥିରେ ଅଳ୍ପ ତେଲ ଗରମ କରନ୍ତୁ । ତାପରେ ସେଥିରେ ପିଆଜ, କଞ୍ଚାଲଙ୍କା କଟା ଟମାଟୋ ଓ କ୍ୟାପ୍ସିକମ ପକାଇ ଭଲଭାବେ ଭାଜନ୍ତୁ । ତାପରେ ସେଥିରେ ଅଳ୍ପଟିକେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ ପକାଇ ଭାଜି ସେଥିରେ ପାଣି ଦିଅନ୍ତୁ । ପାଣି ଟିକେ ଫୁଟି ଆସିଲା ପରେ ସେଥିରେ ମ୍ୟାଗି ଓ ମ୍ୟାଗି ମସଲା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ମାନେ ରଖନ୍ତୁ ମ୍ୟାଗି ଯେପରି ପୁରା ଡ୍ରାଏ ହେବ କିନ୍ତୁ ଅଧିକ ସିଝିବ ନାହିଁ ସେହି ଅନୁସାରେ ପାଣି ଦିଅନ୍ତୁ । ମ୍ୟାଗି ଭଲଭାବେ ହୋଇଗଲା ପରେ ଏହାକୁ ଓହ୍ଲାଇ ଦିଅନ୍ତୁ ।

Maggie omelette Recipe by Uzma's recipes - Cookpad India

ବର୍ତ୍ତମାନ ଏକ ପ୍ୟାନ ଗରମ କରନ୍ତୁ । ଏକ ପାତ୍ରରେ ଅଣ୍ଡାନେଇ ସେଥିରେ ଲୁଣ ଓ ଗୋଲମରିଚଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଏହି ଅଣ୍ଡାକୁ ପ୍ୟାନରେ ଢାଳି ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମ୍ୟାଗିକୁ ତା ଉପରେ ଦିଅନ୍ତୁ ଏବଂ ଧିମା ଆଞ୍ଚରେ ଟିକିଏ ଢାଙ୍କି ଦିଅନ୍ତୁ । କିଛି ସମୟ ପରେ ଢାଙ୍କୁଣୀ କାଢି ତା ଉପରେ ଧନିଆ ପତ୍ରକୁ କାଟି ଗାର୍ଣ୍ଣିସିଂ କରିଦିଅନ୍ତୁ । ବର୍ତ୍ତମାନ ଏହାକୁ କାଢି ଗରମା ଗରମ ସର୍ଭ କରନ୍ତୁ ମ୍ୟାଗି ଆମଲେଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.