Below header

ମେରୁ ମଠ ସାଧୁସନ୍ଥଙ୍କୁ ସହାୟତା ଯୋଗାଇ ଦେଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ବାରିପଦା (କେ ନ୍ୟୁଜ୍‌): କରୋନା ମହାମାରୀ ସମୟରେ ସମସ୍ତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କିସ୍ ଓ କିଟ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ମୟୁରଭଞ୍ଜ ଜିଲ୍ଲା ସରସକଣା ବ୍ଳକ ମେରୁ ମଠର ସାଧୁ ସନ୍ଥମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଡ. ସାମନ୍ତ । ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତାଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର କିସ୍‌ର ଏକ ପ୍ରତିନିଧି ଦଳ ଏହି ମେରୁ ମଠରେ ପହଁଚି ସାଧୁ ସନ୍ଥଙ୍କୁ ସହାୟତା ପ୍ରଦାନ କରିଛନ୍ତି ।

SADHU-3

କରୋନା ମହାମାରୀ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସନ୍ଥମାନେ ଡ. ସାମନ୍ତଙ୍କୁ ଏକଥା ଜଣାଇଥିଲେ । ସେମାନଙ୍କ ଅନୁରୋଧକୁ ରକ୍ଷା କରି ଡ. ସାମାନ୍ତ ୧୨ଜଣ ସନ୍ଥଙ୍କୁ ସହାୟତାର ଯୋଗାଇ ଦେଇଛନ୍ତି । ଏଥିପାଇଁ ଡ. ସାମନ୍ତଙ୍କୁ ସମସ୍ତ ସାଧୁ ସନ୍ଥମାନେ ଧନ୍ୟବାଦ ଜଣାଇବା ସହ ତାଙ୍କର ଉତ୍ତରତ୍ତୋର କାମନା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.