Below header

ସ୍କୁଲ ଖୋଲିବା କଥା ଶୁଣି ଏମିତି କାନ୍ଦିଲା ପିଲା ଯେ ଭିଡିଓ ସେୟାର କରି ଅର୍ଥମନ୍ତ୍ରୀ ଲେଖିଲେ..

ସୋସିଆଲ ମିଡିଆରେ ଆଜିକାଲି ଏମିତି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଲକଡାଉନ ପରେ ଏକ ପିଲା ସ୍କୁଲ ଖୋଲିବା କଥା ଶୁଣି ଜୋର ଜୋରରେ କାନ୍ଦୁଥିବା ଦେଖିବାକୁ ମିଳିଛି । ବିଶ୍ୱାସ କରନ୍ତୁ ଏହି ଭିଡ଼ିଓଟିକୁ ଦେଖି ସାରିବା ପରେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ ।


ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ମା ନିଜ ପିଲାକୁ କହୁଛି ହାତ ଉଠାଇ ଦୁଆ ମାଗ । ପିଲାଟି ଯେପରି ଦୁଆ ମାଗିବା ପାଇଁ ହାତ ଉଠାଉଛି ସେହି ସମୟରେ ମା କହୁଛି କି କୁହ “ଆଲ୍ଲା ମେ ଦୁଆ କରତା ହୁଁ କି 15 ତାରିଖ କୋ ସ୍କୁଲ ଖୁଲଯାଏ” । ଏତିକି ଶୁଣିବା ମାତ୍ରେ ପିଲାଟି ଜୋର ଜୋରରେ କାନ୍ଦିବାକୁ ଲାଗୁଛି । ଆଖପାଖରେ ଥିବା ଲୋକମାନେ ତାକୁ ଦେଖି ହସିବାକୁ ଲାଗୁଛନ୍ତି । ଏହି ଭିଡିଓକୁ ପୂର୍ବତନ ଅର୍ଥମନ୍ତ୍ରୀ ସେୟାର କରିବା ସହ ଲେଖିଛନ୍ତି “ଏବେ କଣ କରିବା..” । ତେବେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.