Below header

ଜାଣନ୍ତୁ ସ୍ୱାଧୀନତା ଦିବସ ସହ ଜଡିତ ୭ଟି ଅଜଣା ତଥ୍ୟ ବିଷୟରେ

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ବ୍ରିଟିଶ ଶାସନ ହାତରୁ ସ୍ୱାଧୀନତା ଲାଭ କରିଥିଲା । ଦୀର୍ଘ ୨୦୦ ବର୍ଷର ପରାଧିନତା ପରେ ପ୍ରଥମ ଥର ପାଇଁ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିଥିଲା । ଏଥପାଇଁ ଦେଶର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ୯ ଦଶନ୍ଧି ଯାଏଁ ଖୁବ କଠୋର ପରିଶ୍ରମ କରିବାକୁ ପଡିଥିଲା । ଏହି କାରଣରୁ ଏହି ବିଶେଷ ଦିନର ସ୍ମୃତିକୁ ସାଉଣ୍ଟିବା ପାଇଁ ପ୍ରତିବର୍ଷ ଏହି ଦିନ ଟିକୁ ଦେଶ ବ୍ୟାପି ଖୁବ ଆନନ୍ଦ ଉଲ୍ଲାଶର ସହ ପାଳନ କରାଯାଇଥାଏ । ଆମେ ସମସ୍ତେ ଜାଣୁ ଯେ ଭାରତ ଏକ “ବିଭୀଧତା ରେ ଏକତା”ରେ ବିଶ୍ୱାସ କରୁଥିବା ଦେଶ । ଯେଉଁଠି ବିଭିନ୍ନ ସମ୍ପ୍ରଦାୟ ମିଳି ମିଶି ବସବାସ କରନ୍ତି । କିନ୍ତୁ ଭାରତର ସ୍ୱାଧୀନତା ଲାଭ କରିବା ସହିତ ଜଡିତ କେତେକ ରୋଚକପୂର୍ଣ୍ଣ ତଥ୍ୟ ହୁଏତ ଅନେକେ ଜାଣି ନଥିବେ । ତେବେ ଆସନ୍ତୁ ସେ ଉପରେ ଏକ ନଜର ପକାଇବା ।

୧. ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ କଲିକତାର ବାଗାନ ସ୍କ୍ବାୟରରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ପତାକା ଉତ୍ତୋଳନ କରାଯାଇଥିଲା ।

Hoax call to blow up Red Fort, suspect held

୨. ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସ୍ୱାଧୀନତା ହାସଲ ସମୟରେ ଭାରତର କୌଣସି ରାଷ୍ଟ୍ରୀୟ ଗୀତ ନଥିଲା । ୧୯୧୧ ରେ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର ବଙ୍ଗଳା ଭାଷାରେ “ଜନ ଗଣ ମନ” ଲେଖି ସାରିଥିଲେ ମଧ୍ୟ ୧୯୫୦ରେ ହିଁ ଏହାକୁ ମାନ୍ୟତା ମିଳିଥିଲା ।

୩. ଏମିତି ବି କୁହାଯାଏକି, ବର୍ତ୍ତମାନର ରାଷ୍ଟ୍ରୀୟ ଧ୍ବଜାର ପ୍ରଥମ ସଂସକାଣ ୧୯୨୧ ମସିହାରେ ଭେଜବାଡାର ପିଙ୍ଗଳି ଭେଙ୍କୟା ନିର୍ମାଣ କରିଥିଲେ । ଏହା ପ୍ରଥମେ ଦୁଇଟି ରଙ୍ଗ ସବୁଜ ଓ ନାରଙ୍ଗୀରେ ନିର୍ମିତ ହୋଇଥିଲା ଯାହାକି ଦୁଇଟି ପ୍ରମୁଖ ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଥିଲା । କିନ୍ତୁ ପରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଦେଶର ପ୍ରଗତିର ପ୍ରତୀକ ଭାବେ ମଝିରେ ଏକ ଧଳା ପଟି ଲଗେଇବା ପାଇଁ ପ୍ରସ୍ତାବ ଦେଇଥିଲେ ।

୪. ଭାରତୀୟ ସ୍ୱାଧୀନତା ହାସଲକୁ ନେଇ ଆଉ ଏକ ରୋଚକ ତଥ୍ୟ ମଧ୍ୟ ରହିଛି । ସେସମୟରେ ପର୍ତ୍ତୁଗାଲ ନିଜ ସମ୍ବିଧାନ ସଂଶୋଧନ କରିବାକୁ ଚେଷ୍ଟା କରିଥିଲା ଓ ଗୋଆକୁ ଏକ ପର୍ତ୍ତୁଗାଲ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ୧୯୬୧ ଡିସେମ୍ବର ୧୯
ତାରିଖରେ ଭାରତୀୟ ସେନା ନିଜ ଗୋଆ ଉପରେ ଆକ୍ରମଣ କରିବା ସହ ଗୋଆକୁ ନିଜ ଅକ୍ତିଆରକୁ ନେଇଥିଲେ ।

independence day

୫. କଣ ଆପଣ ଜାଣନ୍ତିକି, ଭାରତ ନିଜ ୧,୦୦,୦୦୦ ବର୍ଷର ଇତିହାସରେ କେବେ ବି କେଉଁ ଦେଶ ଉପରେ ଆକ୍ରମଣ କରିନାହିଁ ।

୬. ସ୍ୱାଧୀନତା ପ୍ରାପ୍ତ ସମୟରେ ଭାରତୀୟ ମୁଦ୍ରାର ଏକ ଟଙ୍କାର ମୂଲ୍ୟ ଏକ ଡ଼ଲାର ସହ ସମ୍ମାନ ଥିଲା । ସେସମୟରେ ସୁନା ଦର ୧୦
ଗ୍ରାମ ପ୍ରତି ୮୮ ଟଙ୍କା ୬୨ ପଇସା ଥିଲା । ଅଗଷ୍ଟ ୧୫ ତାରିଖରେ ବୀର ଚକ୍ରକୁ ମାନ୍ୟତା ମିଳିଥିବା ବେଳେ ୧୯୭୨ ମସିହା ଅଗଷ୍ଟ ୧୫
ତାରିଖରେ ଡାକ ବିଭାଗର ୬ ଅଙ୍କ ବିଶିଷ୍ଟ ପିନ କୋଡ଼ର ପ୍ରଚଳନ ଆରମ୍ଭ ହୋଇଥିଲା ।

୭. ଆଉ ୧୯୮୨ ମସିହା ଅଗଷ୍ଟ ୧୫ ରେ ଇନ୍ଦିରା ଗାନ୍ଧୀଙ୍କ ଭାଷଣରୁ ହିଁ ଭାରତରେ ଟିଭିରେ ରଙ୍ଗୀନ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.