Below header

ମାଟ୍ରିକ ପ୍ରଶ୍ନପତ୍ର ଲିକ ଖବରକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ଖଣ୍ଡନ, ପରୀକ୍ଷାର୍ଥୀଙ୍କୁ ବିଚଳିତ ନ ହେବା ପାଇଁ ପରାମର୍ଶ

ମାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର ଲିକ ଓ ଭାଇରାଲ ହୋଇନାହିଁ । ଏନେଇ କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଏହାକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ରାଜ୍ୟର କୌଣସି ସ୍ଥାନରେ ପ୍ରଶ୍ନପତ୍ର ଲିକ କିମ୍ବା ଭାଇରାଲ ହୋଇ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କଟକ (କେନ୍ୟୁଜ): ମାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର ଲିକ ଓ ଭାଇରାଲ ହୋଇନାହିଁ । ଏନେଇ କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଏହାକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ରାଜ୍ୟର କୌଣସି ସ୍ଥାନରେ ପ୍ରଶ୍ନପତ୍ର ଲିକ କିମ୍ବା ଭାଇରାଲ ହୋଇ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପରୀକ୍ଷାର୍ଥୀ ଏଥିପାଇଁ ବିଚଳିତ ନ ହେବାକୁ ପରାମର୍ଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି।

ଚଳିତ ବର୍ଷ ୩ହଜାର ୪୭ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୬୨ ହଜାର ୪୭୯ ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଥମ ଥର ପାଇଁ ଚଳିତ ବର୍ଷ ପରୀକ୍ଷା ପରିଚାଳନାରେ ଆର୍ଟିଫିସିଆଲ ଇଣ୍ଟେଲିଜେନସୀ ବ୍ୟବହାର ହୋଇଛି। ଏ କ୍ଷେତ୍ରରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦେଶରେ ପ୍ରଥମ। ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିଛି। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି କଣ୍ଟ୍ରୋଲ କମାଣ୍ଡ ସେଣ୍ଟର। କଣ୍ଟ୍ରୋଲ କମାଣ୍ଡ ସେଣ୍ଟରରୁ ପୂରା ପରୀକ୍ଷା ନିୟନ୍ତ୍ରଣ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.