Below header

କେନ୍ଦ୍ରାପଡା: ୩ ଦିନ ହେଲା ଗାଁ ଦାଣ୍ଡରେ ସଢୁଛି ମୃତଦେହ,ହତ୍ୟାକାରୀକୁ ଗିରଫ ନକରିବା ପର୍ଯ୍ୟନ୍ତ ଅନ୍ତିମ ସତ୍କାର ନକରିବାକୁ ଗାଁ ଲୋକଙ୍କ ଦାବି

ରାଜନଗର(କେନ୍ୟୁଜ୍):  ୩ ଦିନ ହେଲା ଗାଁ ଦାଣ୍ଡରେ ସଢୁଛି ମୃତଦେହ । ଦୁର୍ଗନ୍ଧରେ ଫାଟି ପଡୁଛି ଗାଁ । ରାଜନଗର ଥାନା ମାଣପଡା ଗାଁରେ ମାଆ ଝିଅଙ୍କ ମୃତ୍ୟୁ ପରେ ଅଭାବନୀୟ ସ୍ଥିତି । ଗାଁର ପ୍ରମିଳା ନାଥ ଓ ତାଙ୍କ ଝିଅ ସତ୍ୟପ୍ରିୟାଙ୍କର ମୃତଦେହ ଭିନ୍ନ ଭିନ୍ନ ସ୍ଥାନରୁ ମିଳିଥିଲା । ମା-ଝିଅଙ୍କୁ ମାମୁଁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମୃତ୍ୟୁକୁ ଚାହୁଁ ଚାହୁଁ ୩ ଦିନ ବିତିଗଲାଣି । ଅନ୍ତିମ ସତ୍କାର ହୋଇନପାରି ସନ୍ଦିଗ୍ଧ ହତ୍ୟାକାରୀଙ୍କ ଘର ଆଗରେ ପଡି ରହିଛି ମୃତଦେହ ।

rajnagar 2

ହତ୍ୟାକାରିଙ୍କୁ ପୋଲିସ ଗିରଫ ନକରିବା ପର୍ଯ୍ୟନ୍ତ ଅନ୍ତିମ ସତ୍କାର ହେବନାହିଁ ବୋଲି ଗାଁ ଲୋକେ ଅଡି ବସିଥିଲେ । ଏହାସହ ବ୍ୟବଚ୍ଛେଦ ବେଳେ ଯୁବତୀଙ୍କ ଗର୍ଭରୁ ମିଳିଥିବା ମୃତ ଶିଶୁର ଡିଏନ୍‌ଏ ଟେଷ୍ଟ ପାଇଁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି । ମୃତଦେହ ପଡ଼ିରହିଥିବାରୁ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଦେବାଦେବୀଙ୍କ ପୂଜା ନୀତି ବନ୍ଦ ରହିଛି । ଅନେକ ପରିବାରରେ ରୋଷେଇ ମଧ୍ୟ ବନ୍ଦ ରହିଛି । ସେପଟେ ତହସିଲଦାର, ବିଡିଓ ଓ ରାଜନଗର ଥାନା ଆଇଆଇସି ପହଂଚି ଅଭିଯୁକ୍ତର ଗିରଫ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଧାରଣାରୁ ଉଠିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.