Below header

ଭୁବନେଶ୍ୱର ମେଣ୍ଢାଶାଳରେ ବିଜେଡି ନେତାଙ୍କ ରାଜ ଖାନଙ୍କ ଘରେ ବୋମାମାଡ଼

ଭୁବନେଶ୍ବର (କେନ୍ୟୁଜ୍) : ବିଜେଡି ନେତାଙ୍କ ଘରେ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ମେଣ୍ଢାଶାଳର ମୁସଲିମ୍ ବସ୍ତିରେ ରହୁଥିବା ରାଜ ଖାନଙ୍କ ଘରେ ବୋମାମାଡ଼ ହୋଇଛି । ଫଳରେ ୨ଟି ଗାଡି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଚନ୍ଦକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ୨ଟି ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି । ପୂର୍ବ ଶତ୍ରୁତା ଓ ରାଜନୈତିକ କାରଣ ପାଇଁ ବୋମାମାଡ଼ ହୋଇଥିବା ରାଜ ଖାନଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.