ରଣବୀରଙ୍କ ଗୀତ ମତେ ସୁସ୍ଥ ହେବାରେ ଖୁବ କରିଥିଲା ସାହାଯ୍ୟ : ସୋନାଲି ବେନ୍ଦ୍ରେ

ମୁମ୍ବାଇ : ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନ୍ସର ରୋଗ ସହ ଲଢ଼ି ଭାରତ ଫେରିବା ପରେ ପ୍ରାୟ ସବୁବେଳେ ମିଡିଆରେ ଚର୍ଚ୍ଚାରେ ରହିଆସୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ, ସେ ତାଙ୍କର ଚିକିତ୍ସା ପାଇଁ ଖୁବ୍ ଦିନ ପର‌୍ୟ୍ୟନ୍ତ ନ୍ୟୁୟର୍କରେ ରହିଥିଲେ। କିନ୍ତୁ ଏହି ସମୟରେ ମଧ୍ୟ ତାଙ୍କର ସମସ୍ତ ଅପଡେଟ ସେ ଖୁବ୍ ସୌକର ସହ ସୋସିଆଲ ମିଡିଆରେ ସେ ଶେୟାର କରୁଥିଲେ। ଏବେ ଅଭିନେତ୍ରୀ ଫେରିବା ସହ ତାଙ୍କର ଖୁବ୍ ଭବ୍ୟ ସ୍ବାଗତ କରିଛନ୍ତି ସମସ୍ତ ଫ୍ୟାନ୍ସ ଏବଂ ଫ୍ୟାମିଲି। ଏହି ସମୟରେ ଅଭିନେତ୍ରୀଙ୍କ ଦ୍ବାରା ଦିଆଯାଇଥିବା ଏକ ବୟାନ ତାଙ୍କୁ ଚର୍ଚ୍ଚାରେ ଆଣିଛି।

Sonali_Bendre_Ranveer_Singh

ନିକଟରେ ଅଭିନେତ୍ରୀଙ୍କ ଜଣେ ବନ୍ଧୁ ତାଙ୍କୁ କିପରି ସେ ଏପରି ଭୟଙ୍କର ରୋଗ ସହ ଲଢ଼ିପାରିଲେ ତାହା ପଚାରିଥିଲେ। ଯାହାର ଉତ୍ତର ଦେବାକୁ ଯାଇ ସୋନାଲି କହିଥିଲେ, ସେ ଚିକିତ୍ସା ସମୟରେ ରଣବୀରଙ୍କ ‘ତଟଡ଼ ତଡ଼ଟ’ ଗୀତ ଶୁଣୁଥିଲେ। ଯାହା ତାଙ୍କୁ ଆତ୍ମବିଶ୍ବାସ ଦେବା ସହ ମନକୁ ଉତଫୁଲ୍ଲିତ ରଖୁଥିଲା। ଏପରି ସେ ଏହି ଗୀତରେ ବେଳେ ନାଚ ମଧ୍ୟ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.