Below header

ଅନୁଗୁଳ: ରାସ୍ତା କଡରେ ଛତୁ ବିକୁଥିବା ଭାଇ ଭଉଣୀଙ୍କ ଉପରେ ଚଢିଗଲା ସ୍କର୍ପିଓ ଗାଡି, ଉଭୟ ମୃତ

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ନିକଟରେ  ସ୍କର୍ପିଓ ଦୁର୍ଘଟଣାରେ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ବର୍ଷୀୟ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ନିରଞ୍ଜନ ବେହେରାଙ୍କ ୧୧ ବର୍ଷୀୟ ପୁଅ ନନ୍ଦୁରୁ ବେହେରା ଓ ୭ବର୍ଷୀୟା ଝିଅ ବୈଶାଖୀ ବେହେରାଙ୍କ ସହ ଉଭୟଙ୍କ ସମ୍ପର୍କୀୟ ଭାଇ ପପୁ ବେହେରା (ବାପା-ବାବାଜୀ ବେହେରା ) ୩ ଜଣ  ରାଇଝରଣ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଛତୁ  ବିକ୍ରି କରୁଥିଲେ।

ଏହି ସମୟରେ ସେମାନଙ୍କୁ ଏକ ସ୍କର୍ପିଓ ଧକ୍କା ଦେଇଥିଲା। OR02BY 8778 ନମ୍ବର ବିଶିଷ୍ଟ ଏକ ସ୍କର୍ପିଓ ଅନୁଗୋଳରୁ ଛେଣ୍ଡିପଦା ଅଭିମୁଖେ ଯାଉଥିବାବେଳେ ଦ୍ରୁତଗତି ଯୋଗୁଁ ଭାରସାମ୍ୟ ହରାଇ ଚାଳକ ଏହି ଦୁର୍ଘଟଣା ଘଟାଇଥିବା ଜଣା ପଡ଼ିଛି। ଦୁର୍ଘଟଣା ଏତେ ତୀବ୍ର ଥିଲାଯେ ଘଟଣାସ୍ଥଳରେ ନାବାଳକ ନନ୍ଦୁରୁଙ୍କ ମୃତ୍ୟୁ ଘଟିଥିବାବେଳେ ନନ୍ଦୁରୁଙ୍କ ଭଉଣୀ ବୈଶାଖୀ ଓ ସମ୍ପର୍କୀୟ ଭାଇ ପପୁ ଗୁରୁତର ଆହତ ହୋଇଥିଲେ ।ଦୁର୍ଘଟଣାପରେ ଚାଳକ ଫେରାର ହୋଇ ଯାଇଥିବାବେଳେ ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।

ଦୁର୍ଘଟଣା ପରେ ଗୁରୁତର ୨ଜଣଙ୍କ ସହ ନାବାଳକଙ୍କ ମୃତଦେହକୁ ନିଶା ପୋଲିସ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୈଶାଖୀଙ୍କ  ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରିଥିଲା ।  ଏହି ଭାଇଭଉଣୀଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.