‘ଚିଙ୍ଗାରୀ’ ଆପ୍‌କୁ ଡାଉନଲୋଡ଼ କଲେ ମହିନ୍ଦ୍ରା ଗ୍ରୁପ ଅଫ୍‌ କମ୍ପାନୀର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା । ଦେଶବାସୀଙ୍କୁ ଟ୍ୱିଟ ଯୋଗେ ଜଣାଇଲେ

ବେଙ୍ଗାଲୁରୁ(କେନ୍ୟୁଜ୍‌) : ଓଡ଼ିଆ ଯୁବକଙ୍କ ଦ୍ଵାରା ନିର୍ମିତ ‘ଚିଙ୍ଗାରୀ’ ଆପ ଏବେ ସାରା ଭାରତ ବର୍ଷରେ ସମସ୍ତଙ୍କର ପସନ୍ଦ ଆସିଛି । ସମସ୍ତେ ଟିକ ଟକ ଆପ୍‌କୁ ପ୍ରତ୍ୟାଖ୍ୟାନ କରି ଏହି ‘ଚିଙ୍ଗାରୀ’ ଆପ୍‌କୁ ଡାଉନଲୋଡ଼ କରୁଛନ୍ତି । ଏହି ‘ଚିଙ୍ଗାରୀ’ ଆପ୍‌କୁ ମଧ୍ୟ ଡାଉନଲୋଡ଼ କରିଛନ୍ତି ମହିନ୍ଦ୍ରା ଗ୍ରୁପ ଅଫ୍‌
କମ୍ପାନୀର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ।

ନିଜେ ଡାଉନଲୋଡ଼ କରିବା ସହ ଟ୍ୱିଟ ଯୋଗେ ଏ କଥା ଜଣାଇଛନ୍ତି ଭାରତବାସୀଙ୍କୁ । ବିଶ୍ୱକୁ ଏବେ କବଳିତ କରିଛି ଚୀନ୍‌ର ଟିକ ଟକ ଆପ୍‌ । କରୋନା ମହାମାରୀ ଓ ଭାରତ-ଚୀନ୍‌ ସୀମାରେ ଚୀନ୍‌ର ଧୋକ୍କାବାଜ୍‌ ପରେ ଏବେ ଚୀନ୍‌ର ସାମଗ୍ରୀକୁ ପ୍ରତ୍ୟାଖାନ୍‌ କରିବାକୁ ସାରା ଦେଶରେ ଦାବି ଜୋର ଧରିଛି ।

chingari

ସୋସିଆଲ୍‌ ମିଡିଆରେ ମଧ୍ୟ ଚୀନ୍‌ର ସାମଗ୍ରୀକୁ ବହିଷ୍କାର କରିବା ପାଇଁ ଦାବି ହୋଇଛି । ଏହି ସମୟରେ ଆମ ଭାରତୀୟ ଦୁଇ ଯୁବ ଇଂଜିନିୟରଙ୍କ ‘ଚିଙ୍ଗାରୀ’ ଆପ୍‌ର ପ୍ରସ୍ତୁତ ଦେଶ ପାଇଁ ଏକ ବଡ଼ ସହଯୋଗ ହୋଇଛି । କାରଣ ଭାରତରେ ଚୀନ୍‌ର ଟିକ୍‌ଟକ୍‌ ଆପକୁ ସର୍ବାଧିକ ୟୁଜର୍ସ ବ୍ୟବହାର କରିଥାନ୍ତି । ଭାରତୀୟମାନେ ସର୍ଟ ଭିଡ଼ିଓରେ ୫.୫ ବିଲିୟନ ଘଣ୍ଟା ସମୟ ବତାଇ ଥାନ୍ତି ବୋଲି ଏକ ଆକଳନରୁ ଜଣାପଡ଼ିଛି ।

ଟିକ୍ଟକ୍ ପାଇଁ ଭାରତ ଏକ ଭଲ ମାର୍କେଟ୍ । ଏବେ ‘ଚିଙ୍ଗାରୀ’ ଆସିବା ପରେ ଟିକ୍ଟକ୍କୁ କଡା ଟକ୍କର ଦେବ ।
ସବୁଠୁ ବଡ଼ କଥା ହେଉଛି ଏହି ‘ଚିଙ୍ଗାରୀ’ ଆପ୍‌କୁ ପ୍ରସ୍ତୁତ କରିଛନ୍ତି ଦୁଇଜଣ ଯୁବ ଇଂଜିନିୟର । ବେଙ୍ଗାଲୁରୁ ରେ ଆଇଟି କମ୍ପାନୀରେ କାର୍ଯ୍ୟରତ ଦୁଇ ଯୁବ ଇଂଜିନିୟର ସିର୍ଦ୍ଧାର୍ଥ ଗୌତମ ଏବଂ ଓଡ଼ିଆ ପୁଅ କଟକ ଜିଲ୍ଲାର କଣ୍ଟାପଡା ବ୍ଲକ ଅଡଶପୁର ଗ୍ରାମର ବିନୋଦ ନାୟକଙ୍କ ପୁଅ ବିଶ୍ୱାତ୍ମା ନାୟକ । ସେ ଭୁବନେଶ୍ୱର ଆଇଟିଆର କଲେଜର ପୂର୍ବତନ ଛାତ୍ର ।

CHINGARI-2

ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବାପାଇଁ ସ୍ୱଦେଶୀ ଜିନିଷ ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି ସେତେବେଳେ ‘ଚିଙ୍ଗାରୀ’ ଭାରତ ପାଇଁ ଏକ ବଡ଼ ସହଯୋଗ । ଯୁବପୀଢ଼ୀଙ୍କୁ ଏହା ଭଲ ଖୋରାକ୍‌ ଯୋଗାଉଛି ।

ସ୍ଵାଦଶୀ ଜ୍ଞାନ କୌଶଳ ରେ ନିର୍ମିତ ଏହି ଆପ୍‌କୁ ଏକ ମାସ ମଧ୍ୟରେ ୨.୭ ମିଲିୟନ ଗ୍ରାହକ ଡାଉନଲୋଡ଼ କରିସାରିଛନ୍ତି । ତେବେ ଏହି ଆପ କୁ ସମସ୍ତେ ପସନ୍ଦ କରୁଛନ୍ତି । ଭାରତର ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ‘ଚିଙ୍ଗାରୀ’ ଆପ୍‌ ଟିକ ଟକ ଆପ ର ବିକଳ୍ପ ହୋଇ ଛିଡା ହୋଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.