Below header

 ଆସୁଛି ଶ୍ରାବଣ ମାସ, ବୋଲବମ୍ ଯାତ୍ରାକୁ ମିଳିବ କି ଅନୁମତି?

କେନ୍ୟୁଜ୍(ବ୍ୟୁରୋ):  ଆଉ ଦିନ କେଇଟା ପରେ ଶ୍ରାବଣ ମାସ ଆସୁଛି ।   ପ୍ରତିବର୍ଷ ଏହି ମାସକୁ ବୋଲବମ୍ ଭଙ୍କମାନେ  ବେଶ୍  ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି। କିଏ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ତ ଆଉ କିଏ ବାବାଙ୍କ ଆଶିଷ  ଲଭିବା ପାଇଁ ଖାଲି ପାଦରେ ବିଭିନ୍ନ ନଦୀରୁ ପାଣି ନେଇ ମହାଦେବଙ୍କ ମସ୍ତକରେ ଜଳାଭିଷେକ କରନ୍ତି। କିନ୍ତୁ ଏବର୍ଷ ବୋଲବମ୍ ଯାତ୍ରା ହେବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି। ଯେହେତୁ ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି ତେଣୁ ଏହାକୁ ବନ୍ଦ କରାଯାଇପାରେ ବୋଲି ଜଣାପଡୁଛି।

ସେହିପରି ଦିନକ ପରେ ସରୁଛି ଅନଲକ୍ ଫେଜ୍‌ ୧। ହେଲେ ଏହା ପରେ ଅର୍ଥାତ  ଜୁଲାଇ ପହିଲାରୁ ରାଜ୍ୟରେ ମନ୍ଦିର ଗୁଡିକ ଖୋଲିବ କି ନାହିଁ ସେବିଷୟରେ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର। ଯଦି ମନ୍ଦିର ଖୋଲିବ ତେବେ ବୋଲବମ୍ ଯାତ୍ରାକୁ ସରକାର ଅନୁମତି ଦେଇ ନପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଉଛି। କାରଣ ଜୁଲାଇ ମାସରେ ମୌସୁମୀ ସକ୍ରୀୟ ହେଉଥିବାରୁ ସଂକ୍ରମଣ ମାତ୍ରା ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି। କିନ୍ତୁ ଏହି  ସମୟରେ ବୋଲବମ୍ ଯାତ୍ରା ହେଲେ ଅଧିକ ଲୋକେ ସଂକ୍ରମିତ ହେବା ନେଇ ସନ୍ଦେହ ମଧ୍ୟ ସୃଷ୍ଟି ହେଉଛି। ତେଣୁ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଅନୁମତି ଦେଇନପାରନ୍ତି ବୋଲି ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.