Below header

ମାହାଙ୍ଗା : କୁକୁର ମୃତ୍ୟୁ ଘଟଣା ଅଭିଯୁକ୍ତଙ୍କୁ ଗିରଫ ଦାବି

ମାହାଙ୍ଗା (କେ ନ୍ୟୁଜ୍‌) : କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ କୁକୁର ଓ ବିଲୁଆଙ୍କୁ ବିଷ ଦେଇ ମାରିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବି । ଆନିମାଲ ୱେଲ ଫେଆର ଟ୍ରଷ୍ଟ AWTE ଏକାମ୍ରର ଅଧ୍ୟକ୍ଷ ପୁରବୀ ପାତ୍ର ଓ ତାଙ୍କ ଟିମ ସ୍ଥାନୀୟ ଅଞ୍ଚଳକୁ ଯାଇ ଘଟଣା ସମ୍ପର୍କରେ ଟିକନିଖି ବୁଝିବା ପରେ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି ।

DOG-2

ଏହାପରେ ନହଙ୍ଗ ଗ୍ରାମର ସରପଞ୍ଚ, ପୋଲିସ, ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିରେ କୁକୁର ଶବ ବ୍ୟବଚ୍ଛେଦ କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ମୃତଦେହ ନଷ୍ଟ ହୋଇ ଯାଇଥିବାରୁ ତାହା ସମ୍ଭବ ହୋଇ ନଥିଲା ।

କିଛି ଦିନ ତଳେ ଗାଁର କେହି ଲୋକ କୁକୁରମାନଙ୍କୁ ବିଷ ମିଶା ମାଂସ ଖାଇବାକୁ ଦେଇଥିଲା । ଯାହାଫଳରେ ୪୦ଟି କୁକୁର ଓ ବିଲୁଆଙ୍କର ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.