ଚୀନ୍‌ର ଅଧିକାଂଶ ଯୁବକ ସେନା ନିଯୁକ୍ତି ଟେଷ୍ଟରେ ଫେଲ୍ ମାରୁଛନ୍ତି, ଜାଣନ୍ତୁ କାହିଁକି ?

ଲଦାଖର ଗଲବାନ୍‌ ଘାଟୀରେ ସପ୍ତାହେ ପୂର୍ବରୁ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ମାଡ଼ପିଟ୍‌ ପରେ ବିବାଦ ବଢ଼ିବାରେ ଲାଗିଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚୀନ୍‌ ନିଜ ସେନାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୀନ୍‌କୁ ନିଜ ସେନା ବାହିନୀ ଗଢ଼ିବାକୁ ଢେର ପରିଶ୍ରମ କରିବାକୁ ପଡ଼େ। କାରଣ ଚୀନ୍‌ର ଲୋକମାନେ ସେନାକୁ ଆସିବାକୁ ଚାହୁଁଥିଲେ ବି ଫିଜିକାଲ ଫିଟ୍‌ନେସ୍‌ ଯୋଗୁ ସେମାନଙ୍କୁ ଏଣ୍ଟ୍ରି ମିଳିନଥାଏ।

No fizzy drinks: Chinese army tells recruits to shape up - BBC News

ଚୀନୀ ସେନାର ନ୍ୟୁଜପେପର ପିପଲ୍ସ ଲିବରେସନ୍‌ ଆର୍ମୀ ଡେଲି ତରଫରୁ ପ୍ରକାଶିତ ଖବର ମୁତାବକ ମୋଟାପଣ କାରଣରୁ ଅଧିକାଂଶ ଯୁବକଙ୍କୁ ସେନାରେ ଏଣ୍ଟ୍ରି ମିଳେ ନାହିଁ। ଏଥିସହ ଆବଶ୍ୟକତାଠାରୁ ଅଧିକ ହସ୍ତମୈଥୁନ ମଧ୍ୟ ତାଙ୍କୁ ଅନ୍‌ଫିଟ୍‌ କରିଥାଏ। ଚୀନ୍‌ର ଲୋକମାନେ ଅଧିକ ପୁଷ୍ଟିକର ତଥା ଜଙ୍କଫୁଡ୍‌ ଖାଉଥିବାରୁ ସେମାନଙ୍କ ଠାରେ ମୋଟାପଣ ଦେଖା ଦେଇଥାଏ। ୨୦୧୬ର ଏକ ରିପୋର୍ଟ ମୁତାବକ ଆମେରିକା ପରେ ସବୁଠାରୁ ଅଧିକ ମୋଟା ଲୋକ ଚୀନ୍‌ରେ ଅଛନ୍ତି। ସେଥିମଧ୍ୟରୁ ୪୨ ମିଲିୟନ୍‌ରୁ ଅଧିକ ପୁରୁଷ।

Chinese Youth are Too Fat and Horny to Join the Army: State Media ...

ଚୀନ୍‌ର ଜଣେ ମିଲିଟାରୀ କମାଣ୍ଡରଙ୍କ କହିବାନୁସାରେ ସେନା ବାହିନୀରେ ଭର୍ତ୍ତି ପାଇଁ ଆସୁଥିବା ଅଧିକାଂଶ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନୁହେଁ। ସେମାନେ ମୁଖ୍ୟତଃ ମେଦ ବହୁଳତା ସମସ୍ୟା ଦେଇ ଗତି କରୁଛନ୍ତି। ସେନାବାହିନୀର ଷ୍ଟାଣ୍ଡାର୍ଡ ସହ ଆଦୌ ସାଲିସ କରାଯାଉନଥିବାରୁ ଆମକୁ ବାଧ୍ୟ ହୋଇ ଏକ-ତୃତୀୟାଂଶ ପିଲାଙ୍କୁ ଫେରାଇବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

Want to be in the Chinese army? Then stop masturbating

ଏଥିସହ ହସ୍ତମୈଥୁନ ସହ ସେନା ପରୀକ୍ଷାର ସମ୍ପର୍କ ବିଷୟରେ ମଧ୍ୟ ସେ କହିଛନ୍ତି। ତାଙ୍କ କହିବାନୁସାରେ ସେନରେ ଭର୍ତ୍ତି ପାଇଁ ଆସୁଥିବା ୮ ପ୍ରତିଶତରୁ ଊର୍ଦ୍ଧ୍ୱ ଯୁବକଙ୍କ ଟେଷ୍ଟିକୁଲର ଭେନ୍ସ ସିଝି ଯାଇଥାଏ। ଅଧିକ ମାଷ୍ଟରବେସନ୍‌ ଯୋଗୁ ଏହି ସମସ୍ୟା ଦେଖାଯାଏ। ଏହି ସମସ୍ୟା ଥିବା ପୁରୁଷ ଅଧିକ ସମୟ ଯାଏଁ ଚେୟାରରେ ବସିବାକୁ ଅସମର୍ଥ ହୋଇଥାନ୍ତି। ଏହା ଦ୍ୱାରା ନପୁଂସକତା ସମସ୍ୟା ମଧ୍ୟ ଦେଖାଯାଏ। ଫଳରେ ବ୍ୟକ୍ତିଜଣକ ମାନସିକ ଚାପ ଦେଇ ଗତି କରନ୍ତି। ଏଣୁ ଯେଉଁ ବ୍ୟକ୍ତିଙ୍କର ଟେଷ୍ଟିକୁଲର ଭେନ୍ସସ ଅଧିକ ବଢ଼ିଯାଇଥାଏ ତାଙ୍କୁ ସେନାରେ ଭର୍ତ୍ତି ପାଇଁ ଅନୁମତି ଦିଆଯାଏନାହିଁ।

PLA attracts interest of HK citizen - China News - SINA English

ତେବେ କେବଳ ଚୀନ୍‌ ନୁହେଁ ସବୁ ଦେଶରେ ସେନାବାହିନୀରେ ପ୍ରବେଶ ପାଇଁ କେତେକ ନିୟମ ରହିଛି। ମୋଟାପଣ ବା ହସ୍ତମୈଥୁନ ବ୍ୟତୀତ ଅନ୍ୟ କାରଣରୁ ମଧ୍ୟ ସେନାରେ ଚାକିରି ମିଳିନଥାଏ। ଅଧିକ ଆଲକହଲ ସେବନ ବା କୋଲ୍ଡ ଡ୍ରିଙ୍କ ପିଇବା ଯୋଗୁ ୨୫ ପ୍ରତିଶତ ଯୁବକ ବ୍ଲଡ ଓ ୟୁରିନ୍‌ ଟେଷ୍ଟ ପାସ୍‌ କରି ପାରିନଥାନ୍ତି। ଦୃଷ୍ଟିଶକ୍ତି କମ୍‌ ଥିବାରୁ ୪୬ ପ୍ରତିଶତ ବ୍ୟକ୍ତି ସେନାରେ ନିଯୁକ୍ତିରୁ ବଞ୍ଚିତ ହୁଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.