Below header

ଭଉଣୀ ତୁ ଫେରିଆ: ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଲିସ ଭାଇର ଆକୁଳ ନିବେଦନ

ମାଲକାନଗିରି(କେନ୍ୟୁଜ୍): ଭଉଣୀ ତୁ ଫେରିଆ। ମାଓବାଦୀ ଉଉଣୀକୁ ପୋଲିସ ଭାଇର ନିବେଦନ। ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆକୁଳ ଅନୁରୋଧ କରିଛି । ଏଭଳି ଏକ କୋହଭରା ନିଜ ଭଉଣୀ କାନି ରାମାଙ୍କ ନିକଟକୁ ଚିଠି ଲେଖିଛି ଭାଇ ବେଟି ରାମା । ଦୁଇ ଭାଇ, ଭଉଣୀ ମାଓ ସଙ୍ଗଠନରେ କାମ କରୁଥିଲେ। କିନ୍ତୁ ୨୦୧୮ରେ ମାଓ ସଙ୍ଗଠନ ଛାଡିଥିଲେ ଭାଇ ବେଟି ରାମା। ଆଉ ସେ ସିଆରପିଏଫ୍‌ର ଗୁଇନ୍ଦାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଭଉଣୀ ମାଓ ସଙ୍ଗଠନରେ ରହିଯାଇଥିଲେ। ଗତ ୯ ତାରିଖରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମାକଣ୍ଟା ଜଙ୍ଗଲରେ ଗୁଳି ବିନିମୟ ବେଳେ ସାମନା ସାମନି ହୋଇଥିଲେ ଭାଇଭଉଣୀ। ଆଉ ଭାଇ ଗୁଳିରେ ଆହତ ହୋଇଥିଲା ଭଉଣୀ କାନି ରାମା। ଏବେ ଉଭଣୀର ଫେରିବା ବାଟକୁ ଅନାଇ ରହିଛି ଭାଇ। ଦିନେ ନା ଦିନେ ତାର ଆଶା ପୂରଣ ହେବ ବୋଲି କହିଛି ବେଟି ରାମା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.