Below header

ରାୟଗଡା ପାଜିଲିବନ୍ଧ ଗାଁରେ ଅଭାବନୀୟ ଘଟଣା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମୃତଦେହକୁ ଫୋପାଡି ଦେଲେ ନାଳରେ

ରାୟଗଡା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ପାଜିଲିବନ୍ଧ ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ରାମ ମୂଳୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାମଙ୍କୂ ହତ୍ୟା କରାଯାଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି ।

ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମୃତଦେହକୁ ନିକଟରେ ଥିବା ନାଳରେ ଫୋପାଡି ଦେଇଥିଲେ । ସେପଟେ ପରିବାର ଲୋକଙ୍କ ଅଭିଯୋଗ ପରେ ପଦ୍ମପୁର ପୋଲିସ୍‌ ଗାଁରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ଘଯଣାସ୍ତଳରୁ ରକ୍ତଛିଟାମାଟି ଓ ଦରପୋଡା କାଠ ଜବତ କରିଛି । ଅନ୍ୟପଟେ ମୃତକଙ୍କ ସ୍ତ୍ରୀ ଗୁଣି ଗାରେଡି ସନ୍ଦେହରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.