ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ପାର୍! ୧୦ ବର୍ଷ ମଧ୍ୟରେ ଫେବ୍ରୁଆରୀରେ ଏହା ଦ୍ୱିତୀୟ ସର୍ବାଧିକ
ନୂଆଦିଲ୍ଲୀ: ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ତାପମାତ୍ରା ଥିଲା ୪୦.୪ ଡିଗ୍ରୀ । ଯାହାକି ୧୦ ବର୍ଷ ମଧ୍ୟରେ ଫେବ୍ରୁଆରୀରେ ଦ୍ୱିତୀୟ ସର୍ବାଧିକ । ୨୦୧୬ ଫେବ୍ରୁଆରୀ ୨୦ ତାରିଖରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୦.୯ ଡିଗ୍ରୀ ରେକର୍ଡ ହୋଇଥିଲା ।
ସବୁଠୁ ଉତ୍ତପ୍ତ ସହର ଭାବେ କ୍ରମାଗତ ଭାବେ ତିନି ଦିନ ଧରି ଦେଶରେ ରେକର୍ଡ କରିଛି ଭୁବନେଶ୍ୱର । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି କହିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ୪୧ ଡିଗ୍ରୀ ଛୁଇଁପାରେ ପାରଦ । ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ପାଗ ଏଭଳି ରହିବ । ୬ ତାରିଖରୁ ତାପମାତ୍ରା ବଢ଼ିବା ଆରମ୍ଭ ହେବ ।
୬ ତାରିଖ ପରଠୁ ଅସମ୍ଭାଳ ତାତି ଆଶଙ୍କା କରାଯାଉଛି । ଆଗକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢ଼ିବ । ଫେବ୍ରୁଆରି ଶେଷ ନହେଉଣୁ ତାପମାତ୍ରା ବୃଦ୍ଧି ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। କଟକରେ ୩୭.୨ ଡିଗ୍ରୀ, ବାଙ୍କିରେ ୩୯.୫ ଡିଗ୍ରୀରେ ପହଞ୍ଚିଛି ପାରଦ ।