Below header

ଗରିବ କଲ୍ୟାଣରେ ଲଗାଅ ଟଙ୍କା, ଆମକୁ ତିନିମାସର ଦରମା ଦରକାର ନାହିଁ ବୋଲି କହିଲେ ବୁର୍ଲାର ଡାକ୍ତରୀ ଟିମ୍

କେନ୍ୟୁଜ୍(ବ୍ୟୁରୋ):  ଆମର ଲୋଡା  ନାହିଁ ଆଗୁଆ ତିନି ମାସର ଦରମା। ବରଂ ସେହି ଟଙ୍କାରେ ଗରିବଙ୍କ ପାଇଁ କିଛି କର। ଏଭଳି ଢଙ୍ଗରେ ସରକାରଙ୍କୁ ଚିଠି  ମଧ୍ୟମରେ କହିଛନ୍ତି ବୁର୍ଲାର ୨୪ ଜଣ ଡାକ୍ତର। ଏହା ସହିତ ସେମାନେ କହିଛନ୍ତି  ଯେ ବର୍ତ୍ତମାନ କରୋନା ପାଇଁ ରାଜ୍ୟ ଦେଶ ଯେଉଁ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, ସେଥିପାଇଁ କରୋନାକୁ ହରାଇବା ପାଇଁ ଏହି ଦରମାକୁ ରୋଗୀଙ୍କ ପାଇଁ ଖର୍ଚ୍ଚ କରାଯାଉ। ଏହି ଟଙ୍କାରେ ରୋଗୀଙ୍କ ପାଇଁ ଉନ୍ନତମାନର ମାସ୍କ ସହ ବ୍ୟକ୍ତିଗତ ସୁରକ୍ଷା ଉପକରଣ କିଣାଯାଉ। କହିରଖୁଛି ଯେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟସେବାରେ ନି‌ୟୋଜିତ ସମସ୍ତ କର୍ମଚାରୀଙ୍କୁ ଏପ୍ରିଲ, ମେ’, ଜୁନ୍ ଓ ଜୁଲାଇ ଚାରି ମାସର ଦରମା ଏପ୍ରିଲ୍‌ ମାସରେ ମିଳିବ ବୋଲି ଘୋଷଣା କରିଥିଲେ । କିନ୍ତୁ ବୁର୍ଲାର ଏହି ଡାକ୍ତରୀ ଟିମ୍ ସରକାରଙ୍କ ଏହି ଘୋଷଣାକୁ ଗ୍ରହଣ ନକରି ଗରିବ ଲୋକଙ୍କ ପ୍ରତି ସେମାନଙ୍କ ଦୟା ଭାବକୁ ପୋଷଣ କରିଛନ୍ତି। ଏହାକୁ ନେଇ ଅନେକ ବୁଦ୍ଧିଜୀବୀ ଡାକ୍ତରମାନଙ୍କ କଥାକୁ ପ୍ରଶଂସା କରିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.