Below header

ଦୁବାଇରେ ଥିବା ଭାରତୀୟ ବ୍ୟବସାୟୀ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରିଦେଲେ ଦେଶର କରୋନା ସଂକ୍ରମିତଙ୍କ ପାଇଁ

କରୋନା ରୋଗୀଙ୍କ ପାଇଁ କେବଳ ଭାରତରେ ନୁହେଁ ସବୁ ଦେଶରେ ସହଯୋଗର ହାତ ବଢ଼ୁଛି । ଦୁବାଇରେ ମଧ୍ୟ କରୋନା ସଂକ୍ରମଣ ଚିନ୍ତାର କାରଣ ହୋଇଛି । ଫଳରେ ଦୁବାଇରେ ଥିବା ଜଣେ ଭାରତୀୟ ବ୍ୟବସାୟୀ ଦେଶର କରୋନା ରୋଗୀଙ୍କ ପାଇଁ ନିଜର ସମସ୍ତ ସମ୍ପତ୍ତି ଦାନ କରିଦେଇଛନ୍ତି ।

ସେ କହିଛନ୍ତି, ଯେଉଁ ଦେଶରେ ମୁଁ ଦୀର୍ଘ ୨୫ ବର୍ଷ ଧରି ବ୍ୟବସାୟ କରିଛି । ଏବଂ ସେ ଦେଶର ସ୍ନେହଁ ଶ୍ରଦ୍ଧା ପାଇଛି, ସେ ଦେଶ ପାଇଁ ମୋର କିଛି କର୍ତ୍ତବ୍ୟ ରହିଛି । ତେଣୁ ଦେଶର ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ମୋର ଦେଶ ପାଇଁ କିଛି କରିବାର ଅଛି ।

Ajay-Sobhraj

ସମସ୍ତେ ଏହି ସମୟରେ ଆଗେଇ ଆସି ସହଯୋଗ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଏହି ବ୍ୟବସାୟୀ ଜଣକ ହେଲେ ଦୁବାଇ ଫିନ୍‌ଜା ଜ୍ୱେଲେରୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଅଜୟ ଶୋଭରାଜ ।

ଦୁବାଇର ଜୁମେରାହ ଲେକ୍‌ରେ ଥିବା ତାଙ୍କର ସମସ୍ତ ସମ୍ପତ୍ତି ସହ ଘରକୁ ସେ କରୋନା ସଂକ୍ରମିତଙ୍କ ପାଇଁ ଦେବାକୁ ଆଗ୍ରହ ପ୍ରକାଶ କରିଦୁବାଇ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ । ଦୁବାଇ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଗଲ୍ଫ ନ୍ୟୁଜ୍‌କୁ ଏକ ସାକ୍ଷାତକାରରେ ଏହା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.