ଧୀରେ ଧୀରେ ଦେଶରେ କାୟା ମେଲାଉଛି କରୋନା, ବର୍ତ୍ତମାନ ସୁଦ୍ଧା ୧୦୭୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୯ ଜଣଙ୍କ ମୁଣ୍ଡ ନେଇଛି ଏ ଭାଇରସ

କେନ୍ୟୁଜ୍(ବ୍ୟୁରୋ):  ଗୋଟିଏ ଭାଇରସ କବଳରେ ସାରା ଦେଶ । ବ୍ୟାପୁଛି ସଂକ୍ରମଣ।ଦିନକୁ ଦିନ ବିଗୁଡିଛି ସ୍ଥିତି । ଆସୁଛି ନୂଆ ନୂଆ ତଥ୍ୟ । କୋଭିଡ -୧୯ ଆକ୍ରାନ୍ତ  ସଂଖ୍ୟା ୧ ହଜାର ୭୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ରାଜ୍ୟରୁ ଆସିଛି ୯୨ଟି ନୂଆ ମାମଲା । କରୋନାର ଶୀକାର ହୋଇଛନ୍ତି ୨୮ରୁ ଅଧିକ ଲୋକ । ମହାରାଷ୍ଟ୍ରରେ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁଜୁରାଟରେ ୫, କର୍ଣ୍ଣାଟକରେ ୩ ଜଣଙ୍କ ମୁଣ୍ଡ ନେଇଛି ଭାଇରସ୍‌ । ଗତକାଲି ୩ହଜାର ୫୦୧ ଏ ପର୍ଯ୍ୟନ୍ତ ମୋଟ ୩୮ ହଜାର ୪୪୨ ଟେଷ୍ଟ ହୋଇଛି । କିଛି ରାଜ୍ୟକୁ ଛାଡି କାୟା ମେଲାଉଛି କୋଭିଡ-୧୯ । କେରଳ ଓ ମହାରାଷ୍ଟ୍ରରେ ପରିସ୍ଥିତି ଜଟିଳ ହେଉଛି ।

ଏପଟେ କରୋନା ମୁକାବିଲା ପାଇଁ ତୟାର କେନ୍ଦ୍ର ଓ ରାଜ୍ୟ । ଡ୍ରୋନ ଦ୍ୱାରା ଦିଲ୍ଲୀରେ ଲକଡାଉନ ସ୍ଥିତିର ସମୀକ୍ଷା ହେଉଛି । ଆନ୍ଧ୍ରପ୍ରଦେଶ ବିଜୟଓ୍ଵାଡାରେ ଡ୍ରୋନ ସାହାର୍ଯ୍ୟରେ ସହରରକୁ ସାନିଟାଇଜ କରାଯାଉଛି । ବିଭିନ୍ନ ସରକାରୀ ଓ ବେସରକାରୀ ସଗଠନ ପକ୍ଷରୁ ସହାୟତା ଜାରି ରହିଛି । ଇତିମଧ୍ୟରେ ଦିଲ୍ଲୀରୁ ଉତ୍ତରପ୍ରଦେଶର ବରେଲୀ ଫେରିଥିବା ଶ୍ରମିକଙ୍କୁ ସ୍ଥାନୀୟ ପ୍ରଶାସନ ସାନିଟାଇଜ କରିବା ନେଇ ବିବାଦ ଆରମ୍ଭ ହୋଇଛି । ପ୍ରିୟଙ୍କା ଗାନ୍ଧି, ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ ବିରୋଧ ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୟୁପି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବଢିବନି ଲକ୍‌ ଡାଉନ୍‌ ସମୟସୀମା । ଲକ୍‌ ଡାଉନ୍‌ ବୃଦ୍ଧି ନେଇ କୌଣସି ଯୋଜନା ନାହିଁ । ସୂଚନା ଦେଇଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲକ୍‌ଡାଉନ୍‌ ସମୟ ସୀମା ବୃଦ୍ଧି ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ତେବେ କେନ୍ଦ୍ର ସରକାର କୈଣସି ଯୋଜନା କରିନଥିବା କେନ୍ଦ୍ର କ୍ୟାବିନେଟ ସଚିବ ସ୍ପଷ୍ଟ କରିଛନ୍ତି । ଆସନ୍ତା ୧୪ ତାରିଖ ଯାଏ ଦେଶରେ ଲକ ଡାଉନ ପାଇଁ ଅବଧି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.