ସାବଧାନ! PM Cares ନାଁରେ ରହିଛି ନକଲି ଆଇଡି, ଲୋକଙ୍କୁ ସଚେତନ କରାଇଲେ ନିଜେ ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସର ପ୍ରକୋପ ରୋକିବା ଏବଂ ସଂକ୍ରମିତଙ୍କ ସହାୟତା ପାଇଁ ‘ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଏବଂ ଆପାତକାଳୀନ ସ୍ଥିତି ନିଧିରେ ହାର୍ସ (ପିଏମ-କେୟାର୍ସ) ଫଣ୍ଡ ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଏକ ସୁସ୍ଥ ଭାରତ ତିଆରି କରିବାରେ ଏକ ଲମ୍ବା ରାସ୍ତା ବାଛିପାରିବ ଏବଂ ଜୀବନର ସମସ୍ତ କ୍ଷେତ୍ରର ଲୋକମାନେ ଏହି ଫଣ୍ଡରେ ଦାନ କରିପାରିବେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆବେଦନ ପରେ ଅନେକ ଲୋକମାନେ ପିଏମ-କେୟର୍ସ ଫଣ୍ଡରେ କୋଟି କୋଟି ଟଙ୍କା ଜମା କରିଛନ୍ତି କିନ୍ତୁ ଏଥିରେ ମଧ୍ୟ କିଛି ବଦମାସ ଲୋକ ପିଏମ-କେୟର୍ସ ନାଁରେ ଏକ ନକଲି ୟୁପିଆଇ ଆଇଡି ତିଆରି କରିଛନ୍ତି। ତେବେ ଆସନ୍ତୁ ଜାଣିବା କିପରି ଜାଣିବେ ଅସଲି ଏବଂ ନକଲି ଆଇଡି ବିଷୟରେ।

ପିଏମ-କେୟର୍ସର ନକଲି ଆଇଡି ବିଷୟରେ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) ଟ୍ୱିଟ କରି ସୂଚନା ଦେଇଛନ୍ତି। ସୂଚନା ମୁତାବକ ପିଏମ-କେୟର୍ସର ଅସଲି ୟୁପିଆଇ ଆଇଡି ହେଉଛି Pmcares@sbi କିନ୍ତୁ ନକଲି ୟୁପିଆଇ ଆଇଡିର ନାଁ ହେଉଛି Pmcare@upi। ଏହିକାରଣରୁ ଆପଣମାନେ କରୋନା ଭାଇରସ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ତିଆରି କରିଥିବା ଫଣ୍ଡରେ ଟଙ୍କା ଜମା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଏପରି ନହେଉ କି ଆପଣ ଦେଶର ହିତ ପାଇଁ ଦାନ କରୁଥିବା ଟଙ୍କା ଅନ୍ୟ କାହା ପାଖରେ ଯେପରି ନପହଂଚିବ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.