ଭୋଜପୁରୀ ଫିଲ୍ମର ଡ୍ରିମ ଗାର୍ଲ 20ଟି ଗାଁରେ ବାଣ୍ଟିବେ ମାସ୍କ, ସାନିଟାଇଜର ଓ ଖାଦ୍ୟ ପ୍ୟାକେଟ, ଖର୍ଚ୍ଚ କରିବେ ଏତେ ଟଙ୍କା

ଭୋଜପୁରୀ ଫିଲ୍ମର ଡ୍ରିମ ଗାର୍ଲ ଶୁଭି ଶର୍ମା କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି । ସେ ବିହାର ଏବଂ ଉତ୍ତର ପ୍ରଦେଶର ଗ୍ରାମୀଣ ଅଞ୍ଚଳରେ 3 ଲକ୍ଷ ଟଙ୍କାର ମାସ୍କ, ସାନିଟାଇଜର ଓ ଖାଦ୍ୟ ପ୍ୟାକେଟ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କାର୍ଯ୍ୟ କରିବା ନିମନ୍ତେ ଶୁଭି ଫେୟାର ଡିଲ ଗ୍ରୁପ ଅଫ କମ୍ପାନୀକୁ ନିଜ ମାଧ୍ୟମ କରିଛନ୍ତି ।

କମ୍ପାନୀ ଏକ ଭିଡିଓ ଜାରି କରି କହିଛି, ଶୁଭି ଶର୍ମା 20ଟି ଗାଁରେ ଏ ସମସ୍ତ ସାମଗ୍ରୀ ଉପଲବ୍ଧ କରେଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଅଭିନେତ୍ରୀ ଜଣକ କହିଛନ୍ତି, ତାଙ୍କ ଉଦ୍ଦେଶ୍ୟ ପବ୍ଲିସିଟି ପାଇବା ପାଇଁ ନୁହେଁ, ବରଂ ସକ୍ଷମ ଲୋକଙ୍କୁ ପ୍ରେରିତ କରିବା ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.