Below header

କଟକରୁ କୋଲକାତା ଅଭିମୁଖେ ଯାଉଥିବା ମା’ଲକ୍ଷ୍ମୀ ବସ୍ ଚାଳକଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା, ୬ ମାସ ପାଇଁ ଲାଇସେନ୍ସ ବାତିଲ୍

କଟକ : ଯାତ୍ରୀଙ୍କ ଜୀବନ ସହିତ ଖେଳ। କଟକ ରୁ କୋଲକାତା ଅଭିମୁଖେ ଯାଉଥିବା ଏକ ବସର ଚାଳକଙ୍କୁ ଅଟକ ରଖିଛି ଚାଉଳିଆଗଞ୍ଜ ଥାନା ପୋଲିସ୍। ୧୦ ହଜାର ଟଙ୍କା ଜରିମାନା ସହିତ ୬ ମାସ ପାଇଁ ତାଙ୍କ ଲାଇସେନ୍ସ ବାତିଲ କରିଛି କଟକ ଆଂଚଳିକ ପରିବହନ ବିଭାଗ। ବସଟିକୁ ମଧ୍ୟ ଜବତ କରାଯାଇଛି।

ସୂଚନା ଅନୁଯାୟୀ  ଓଏମପି ଛକ ନିକଟରେ କଟକ ଆରଟିଓ ପକ୍ଷରୁ ଚେକିଂ ବେଳେ, ବସଟିର ଡ୍ରାଇଭର ମଦ୍ଯମାନ କରିଥିବା ଜଣାପଡିଥିଲା । ଏହାପରେ ଉକ୍ତ ବସରୁ ଯାତ୍ରୀମାନେ ଓହ୍ଲାଇ ହଟହଟା ହୋଇଛନ୍ତି। ଅନ୍ୟ ଗାଡିରେ ସେମାନଙ୍କୁ ଯାତ୍ରା କରିବାକୁ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.